Below header

ଗିରଫ ହେଲେ ‘ଲଚକ ମଣି ବେବିଲୋ’ କଣ୍ଠଶିଳ୍ପୀ, ବାରମ୍ବାର ଦୁଷ୍କର୍ମ ଓ ଗର୍ଭନଷ୍ଟ ଭଳି ଆସିଛି ସାଂଘାତିକ ଅଭିଯୋଗ

ଯୁବତୀଙ୍କୁ ପ୍ରତାରଣା କରିବାର ଆସିଛି ବଡ ଅଭିଯୋଗ । ବିବାହର ପ୍ରତିଶୃତି ଓ ପରେ ଶାରୀରିକ ସମ୍ପର୍କ ଆଉ ଏବେ ଧୋକା । ଖାଲି ଏତିକି ନୁହେଁ ବିବାହ ପାଇଁ ଜିଦ୍‌ ଧରିବାରୁ ଫଟୋ ଭିଡିଓ ଭାଇରାଲ କରିଦେବା ଧମକ ବି ଦେଉଥିଲେ ଦେବେଶ୍‌ ।

ଭୁବନେଶ୍ୱର (କେନ୍ୟୁଜ) : ଲଭ୍, ସେକ୍ସ ଓ ଧୋକା । ନାମିଦାମି ଓଡିଆ ସିଙ୍ଗରଙ୍କ ନାଁରେ ସାଂଘାତିକ ଅଭିଯୋଗ । ଅଭିଯୋଗରେ ଜଣାଶୁଣା ଓଡ଼ିଆ କଣ୍ଠଶିଳ୍ପୀ ଦେବେଶ ପତି ଗିରଫ । ଯୁବତୀଙ୍କୁ ପ୍ରତାରଣା କରିବାର ଆସିଛି ବଡ ଅଭିଯୋଗ । ବିବାହର ପ୍ରତିଶୃତି ଓ ପରେ ଶାରୀରିକ ସମ୍ପର୍କ ଆଉ ଏବେ ଧୋକା । ଖାଲି ଏତିକି ନୁହେଁ ବିବାହ ପାଇଁ ଜିଦ୍‌ ଧରିବାରୁ ଫଟୋ ଭିଡିଓ ଭାଇରାଲ କରିଦେବା ଧମକ ବି ଦେଉଥିଲେ ଦେବେଶ୍‌ ।

ସିଙ୍ଗରଙ୍କ ନାଁରେ ପ୍ରେମରେ ପ୍ରତାରଣା ଅଭିଯୋଗ । ଗିରଫ ହେଲେ ଲଚକ ମଣି ବେବି ଲୋ, ବୟଫ୍ରେଣ୍ଡ ତୋର ହେବି ଲୋ ଗୀତର ଜଣାଶୁଣା କଣ୍ଠଶିଳ୍ପୀ ଦେବେଶ ପତି । ବିବାହା ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ବଳାତ୍କାର ଓ ଟଙ୍କା ଲୁଟିବା ଅଭିଯୋଗରେ ଭୁବନେଶ୍ବର ନୟାପଲ୍ଲୀ ଥାନା ପୋଲିସ ଓଲିଉଡର ଏହି ଚର୍ଚ୍ଚିତ ସିଙ୍ଗରଙ୍କୁ ଗିରଫ କରିଛି । ଦେବେଶଙ୍କ ଘର ଯାଜପୁରରେ।

ସୂଚନା ଅନୁଯାୟୀ, ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ରହୁଥିବା ଭଦ୍ରକର ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢ଼ିଉଠିଥିଲା। ପ୍ରଥମେ ଯୁବତୀଙ୍କୁ ଅନ୍ୟ ଜଣେ ଯୁବକ ପ୍ରେମ ନିବେଦନ କରିଥିଲେ। ହେଲେ ଯୁବତୀ ଜଣଙ୍କ ଏହାକୁ ଗ୍ରହଣ କରିନଥିଲେ। ପ୍ରେମରେ ବିଫଳ ଯୁବକ ପ୍ରତିଶୋଧ ପରାୟଣ ହୋଇ ଯୁବତୀଙ୍କ ଫୋନ୍ ନମ୍ବର ଦେବେଶ ପତିଙ୍କୁ ଦେଇଥିଲେ। ଏହା ପରେ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଦେବେଶ ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରିରୀକ ସଂପର୍କ ରଖିଥିଲେ। ଏହା ସହ ଯୁବତୀଙ୍କ ଠାରୁ ୫ ଲକ୍ଷରୁ ଅଧିକ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ପରେ ଯୁବତୀ ଜଣଙ୍କ ଜାଣିବାକୁ ପାଇଥିଲେ ଯେ ଦେବେଶ ଅନ୍ୟ ଜଣେ ଗାୟିକାଙ୍କ ସହ ବୁଲାବୁଲି କରୁଛନ୍ତି।

ଏହା ସେ ଦେବେଶଙ୍କୁ କହିବା ପରେ ଦେବେଶ ସମୟ ଦେଖି ଔଷଧ ଦେଇ ତାଙ୍କ ଗର୍ଭନଷ୍ଟ କରିଥିବା ଅଭିଯୋଗ ହୋଇଛି। ହେଲେ ଯୁବତୀ ଣଙ୍କ ବିବାହ ପାଇଁ ଜିଦ୍ ଧରିବାରୁ ଦେବେଶ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇଥିଲେ। ଦେବେଶଙ୍କ ଧମକ ପରେ ଯୁବତୀଜଣଙ୍କ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ।

ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ ଦେବେଶଙ୍କୁ ଗିରଫ କରିଥିଲା। ତାଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି। ଜାମିନ୍ ନାମାଞ୍ଜୁର ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଦେବେଶଙ୍କ ବିରୋଧରେ ବାରମ୍ବାର ଦୁଷ୍କର୍ମ, ଠକେଇ, ବିନା ସହମତିରେ ଗର୍ଭପାତ, ଅଶ୍ଳୀଳ ଭାଷାରେ ଗାଳି, ଅପରାଧିକ ଭୟ ପ୍ରଦର୍ଶନ ପରି ମାମଲା ରୁଜୁ ହୋଇଛି। ତାଙ୍କ ବିରୋଧରେ ଆଇପିସିର ଦଫା ୩୭୬, ୪୨୦, ୪୦୬, ୩୧୩, ୨୯୪, ୫୦୬ ଓ ୬୬/୭୭ ଆଇଟି ଆକ୍ଟରେ ମାମଲା ରୁଜୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.