ଭାରତରେ ଉପଲବ୍ଧ ଗୁଗଲ ପିକ୍ସେଲ କାର୍‌ କ୍ରାସ ଡିଟେକ୍ସନ, ଜାଣନ୍ତୁ କିପରି କରିବେ ଅନ୍‌

ଭାରତରେ ଗୁଗଲ ପିକ୍ସେଲ କାର୍‌ କ୍ରାସ ଡିଟେକ୍ସନ ଫିଚର୍‌ ଲଞ୍ଚ କରିଛି । ଏହି ଫିଚର ଦୁର୍ଘଟଣା ପରେ ଖୁବ୍‌ ଶୀଘ୍ର ଜରୁରୀକାଳୀନ ସହାୟତା ଯୋଗାଇବାରେ ସାହାଯ୍ୟ କରିବ ।

ନିକଟରେ ଭାରତରେ ଗୁଗଲ ପିକ୍ସେଲ କାର୍‌ କ୍ରାସ ଡିଟେକ୍ସନ ଫିଚର୍‌ ଲଞ୍ଚ କରିଛି । ଏହି ଫିଚର ଦୁର୍ଘଟଣା ପରେ ଖୁବ୍‌ ଶୀଘ୍ର ଜରୁରୀକାଳୀନ ସହାୟତା ଯୋଗାଇବାରେ ସାହାଯ୍ୟ କରିବ । ଏହି ଫିଚର କାରର ସେନ୍ସର ଏବଂ ସ୍ପିଡ୍‌ ଡାଟାକୁ ଉପଯୋଗ କରି ଦୁର୍ଘଟଣା ଚିହ୍ନଟ କରିଥାଏ । ଯଦି କାରଟି କୌଣସି ଦୁର୍ଘଟଣାର ସମ୍ମୁଖୀନ ହୁଏ, ତେବେ ଏହି ଫିଚର ଏକ ଆଲର୍ଟ ପଠାଇବ ଏବଂ ଜରୁରୀକାଳୀନ ସେବାକୁ କଲ୍‌ କରିବ । ଏହି ଫିଚର ଭାରତ ବ୍ୟତୀତ ଅନ୍ୟ ୨୦ଟି ଦେଶରେ ଉପଲବ୍ଧ । ଭାରତରେ ଏହି ଫିଚର କେବଳ ଗୁଗଲ pixel 6 ଏବଂ pixel 6 pro ଫୋନରେ ଉପଲବ୍ଧ ।

୨୦୧୯ରେ ଏହି ଫିଚର ଆମେରିକାକୁ ଆସିଥିଲା-
ଗୁଗଲ ଘୋଷଣା କରିଥିଲା ଭାରତରେ pixel 4a, pixel 6a, pixel 7, pixel 7 pro, pixel 7a, pixel 8 ଏବଂ pixel 8 pro ସ୍ମାର୍ଟଫୋନରେ କାର ଦୁର୍ଘଟଣା ଚିହ୍ନଟ କରିବାର ସୁବିଧା ଉପଲବ୍ଧ ହେଉଛି । ଏହି ସୁବିଧା ପ୍ରଥମେ ୨୦୧୯ରେ ଆମେରିକାର ୟୁଜର୍ସଙ୍କ ପାଇଁ ଆରମ୍ଭ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହା ଭାରତ ସମେତ ଅନ୍ୟ ଦେଶ ମାନଙ୍କରେ ମଧ୍ୟ ଉପଲବ୍ଧ ହେବ ।

ଅବଶ୍ୟ, ଏହି ଫିଚର୍ସ ବର୍ତ୍ତମାନ କେବଳ ୧୧ ଟି ଭାଷାରେ ଉପଲବ୍ଧ । ଯାହା ମଧ୍ୟରେ ଇଂରାଜୀ, ଡାନିଶ୍, ଡଚ୍, ଇଟାଲୀୟ, ଜାପାନିଜ୍ ଏବଂ ଅନ୍ୟ କେତେକ ଭାଷା ରହିଛି । ଏହି ଫିଚର୍ସକୁ ସମର୍ଥନ କରୁଥିବା ଭାଷାରେ ହିନ୍ଦୀ ଏପର୍ଯ୍ୟନ୍ତ ଅନ୍ତର୍ଭୂକ୍ତ ହୋଇନାହିଁ । ଗ୍ଲୋବାଲ ମାର୍କେଟରେ ୟୁଜର୍ସଙ୍କ ପାଇଁ, ଏହି ଫିଚର pixel 4a ଏବଂ ପରବର୍ତ୍ତୀ ସମସ୍ତ ପିକ୍ସେଲ ମଡେଲ ପାଇଁ ଉପଲବ୍ଧ ହେବ। ଗୁଗଲ କାର କ୍ରାସ ଡିଟେକ୍ସନ ଟେଷ୍ଟର ଏହି ଫିଚର ଅଫିସିଆଲ ସାଇଟରେ ଏବେ ଲିସ୍ଟେଡ ହୋଇଛି କିନ୍ତୁ ଆଣ୍ଡ୍ରଏଡ ସେଣ୍ଟ୍ରାଲ ଅନେକ ପୂର୍ବରୁ ଏହି ବିଷୟରେ ରିପୋର୍ଟ ଦେଇଥିଲା ।

ପିକ୍ସେଲ କାର୍‌ କ୍ରାସ ଡିଟେକ୍ସନ ଫିଚର କଣ?
କାର କ୍ରାସ ଡିଟେକ୍ସନ ଏମିତି ଏକ ଫିଚର ଯାହା ଆକ୍ସିଲୋନେଟର କୁ ବ୍ୟବହାର କରି ଗାଡିର ଗତିକୁ ଅନୁମାନ ଲଗାଇଥାଏ ଏବଂ ଦୁର୍ଘଟଣାର ପୂର୍ବାନୁମାନ କରେ । ଏତଦ ବ୍ୟତୀତ, ଏହା ଦୁର୍ଘଟଣାର ସମ୍ଭାବ୍ୟ ସ୍ଥାନ ନିର୍ଣ୍ଣୟ କରିଥାଏ । ଏହି ଫିଚର ମାଇକ୍ରୋଫୋନ୍ ବ୍ୟବହାର କରି କ୍ରାସ୍ ଶବ୍ଦ ମଧ୍ୟ ଶୁଣିପାରେ ।

ଜାଣନ୍ତୁ କିପରି କରିବେ ଅନ୍‌-
Step 1: ନିଜ ଫୋନର ଏହି ଆପ ଖୋଲନ୍ତୁ ।
Step 2: ଏହାପରେ “Features” ଅପ୍ସନ ଉପରେ ଟ୍ୟାପ କରନ୍ତୁ ।
Step 3: ତଳକୁ ସ୍କ୍ରୋଲ୍‌ କରନ୍ତୁ ଏବଂ “କାର କ୍ରାସ ଡିଟେଚ୍ସନ” ଉପରେ ଟ୍ୟାପ କରନ୍ତୁ ।
Step 4: ଏହାପରେ ନିଜ ଲୋକେସନ, ମାଇକ୍ରୋଫୋନ ଏବଂ ଫିଜିକାଲ ଆକ୍ଟିଭିଟିକୁ “Allow” କରନ୍ତୁ ।

ଯଦି ଆପଣ କୌଣସି କାର ଦୁର୍ଘଟଣାର ସମ୍ମୁଖୀନ ହୁଅନ୍ତି, ତେବେ ଆପଣଙ୍କ ଫୋନ ଅଟୋମେଟିକ୍‌ ଏମର୍ଗେନ୍ସୀ ସର୍ଭିସ୍‌ ଭାରତରେ ୧୨୧କୁ କଲ୍‌ କରି ଆପଣଙ୍କ ଲୋକେସନ ସେୟାର କରିଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.