ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ପଶ୍ଚିମଓଡ଼ିଶା, ପୂଜା କମିଟିଗୁଡ଼ିକ ମଧ୍ୟରେ ଚାଲିଛି ଜୋରଦାର ପ୍ରସ୍ତୁତି

କେନ୍ୟୁଜ୍ : ସମ୍ବଲପୁର ଓ ବରପାଲିରେ ଶୀତଳଷଷ୍ଠୀ ପାଇଁ ଚାଲିଛି ଜୋରସୋର ପ୍ରସ୍ତୁତି । ଆସନ୍ତା ୩ ତାରିଖରୁ ହେବାକୁ ଯାଉଛି ପତରପେଣ୍ଡି । ପୂଜାରେ ମେଢକୁ ଆକର୍ଷଣୀୟ କରିବାକୁ ସହରର ପ୍ରମୁଖ ଶୀତଳଷଷ୍ଠୀ ଯାତ୍ରା କମିଟି ମାନଙ୍କ ମଧ୍ୟରେ ଚାଲିଛି ପ୍ରତିଦ୍ୱନ୍ଦିତା ।

sitala sathiଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ସମ୍ବଲପୁର ସହର

ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ସମ୍ବଲପୁର ସହର । ପୂଜା କମିଟି ମାନଙ୍କ ମଧ୍ୟରେ ଚାଲିଛି ଜୋରଦାର ପ୍ରସ୍ତୁତି । ବିଭିନ୍ନ ପ୍ରକାର ପରଭା ମୂର୍ତ୍ତି ଓ ସାଜସଜ୍ଜା କାର୍ଯ୍ୟରେ ମଗ୍ନ ଅଛନ୍ତି କାରିଗର । ସମ୍ବଲପୁରର ବଡବଜାର, ନନ୍ଦାପଡା, ଝାଡୁଆପଡା, ମୋଦିପଡା ଆଦି ଯାତ୍ରା କମିଟିରେ ଏସବୁ ଦୃଶ୍ୟ ଦେଖିବାକୁ ମିଳିଛି । ପୂଜାକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପୂଜା କମିଟି ଲାଗିପଡିଛନ୍ତି । ଯାତ୍ରାକୁ ସୁରୁଖୁରୁରେ ଶେଷ କରିବାକୁ ପୂଜା କମିଟି ଗୁଡିକ ପ୍ରସାଶନର ସହାୟତା ଲୋଡିଛନ୍ତି ।

sasthiବରଗଡ ଜିଲ୍ଲା ବରପାଲିର ମୁଖ୍ୟ ଆକର୍ଷଣ ହେବ ୪୦ କିଲୋ ଓଜନର ରୂପାର ପରଭା

ସେପଟେ ଦେବ ଦମ୍ପତ୍ତିଙ୍କ ବିବାହ ଉତ୍ସବ ଦେଖିବାକୁ ବରଗଡ ଜିଲ୍ଲା ବରପାଲି ବାସିନ୍ଦା ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଚଳିତ ବର୍ଷ ଏଠାରେ ମୁଖ୍ୟ ଆକର୍ଷଣ ହେବ ୪୦ କିଲୋ ଓଜନରେ ତିଆରି ହୋଇଥିବା ରୂପାର ପରଭା । ଏହି ପୂଜା ଆସନ୍ତା ୩ ତାରିଖଠାରୁ ଆରମ୍ଭ କରି ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.