ଭଞ୍ଜନଗର ପୋଲିସ ହାତରେ ଆନ୍ତଃଜିଲ୍ଲା ଛେଳି ଚୋର ରାକେଟ, ୬ଲୁଟେରା ଗିରଫ

ଭଞ୍ଜନଗର: ଭଞ୍ଜନଗର ପୋଲିସ ହାତରେ ଆନ୍ତଃଜିଲ୍ଲା ଛେଳି ଚୋର ରାକେଟ। ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନ ଏମାନେ ଛେଳି ଚୋରି କରି ପୋଲିସ ଓ ଛେଳି ମାଲିକଙ୍କ ନିଦ ହଜାଇ ଦେଇଥିଲେ। ପୋଲିସ ୧୫୫ଟି ଛେଳି ଓ ମେଣ୍ଢା ଉଦ୍ଧାର କରିବା ସହ ୬ଜଣ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ସ୍କର୍ପିଓ, ୩ଟି ମୋଟର ସାଇକେଲ, ଖଣ୍ଡା ଓ ମୋବାଇଲ ଜବତ ହୋଇଛି। ଗତ କିଛି ଦିନ ଧରି ବେଲଗୁଣ୍ଠା ଫାଣ୍ଡିର ବରଗାଁ, ଅଡ଼େଇ ଗାଁ, ଜଗନ୍ନାଥପ୍ରସାଦ ଥାନାର ଜିରାବାଡ଼ି, କରଚୁଲି ଓ କବିସୂର୍ଯ୍ୟନଗର ଥାନା ଅଞ୍ଚଳରୁ କ୍ରମାଗତ ଭାବେ ଏମାନେ ଛେଳି ଚୋରି କରିଆସୁଥିଲେ। ଏମାନେ ବାହାର ରାଜ୍ୟର ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭଞ୍ଜନଗର ଏସଡିପିଓ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.