ବର୍ତ୍ତମାନର ଶିବାଜୀ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ମୁଖ୍ୟାଳୟରେ ଏନେଇ ପୁସ୍ତକ ଉନ୍ମୋଚିତ

ନୂଆଦିଲ୍ଲୀ: ବର୍ତ୍ତମାନର ଛତ୍ରପତି ଶିବାଜୀ ହେଉଛନ୍ତି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପିଏମ ନରେନ୍ଦ୍ର ମୋଦୀ ଛତ୍ରପତି ଶିବାଜୀଙ୍କ ସହ ସବୁ ଦୃଷ୍ଟିରୁ ତୁଳନୀୟ। ଦିଲ୍ଲୀସ୍ଥିତ ବିଜେପିର ମୁଖ୍ୟ କାର୍ଯ୍ୟାଳୟରେ ଏ ସଂପର୍କିତ ଏକ ପୁସ୍ତକ ଉନ୍ମୋଚନ ହୋଇଛି। ଯାହାକୁ ନେଇ ଏବେ ଚାରିଆଡୁ ଆରମ୍ଭ ହୋଇଛି ସମାଲୋଚନା । ବିଜେପିର ଜଣେ ବିଧାୟକ ଓ କିଛି ନେତାଙ୍କୁ ନେଇ ଏହି ପୁସ୍ତକ ଉନ୍ମୋଚନ କରିଛନ୍ତି। ଯେଉଁଥିରେ ନରେନ୍ଦ୍ର ମୋଦୀଙ୍କୁ ଶିବାଜୀଙ୍କ ସହ ତୁଳନା କରାଯାଇଛି। ଦେଶର ସୁରକ୍ଷା ଏକତା ପାଇଁ ଶିବାଜୀଙ୍କ ଠାରୁ ପ୍ରଧାନମନ୍ତ୍ରୀ ମୋଦୀ ବଳିଷ୍ଠ ପଦକ୍ଷେପ ନେଉଥିବା ଏହି ପୁସ୍ତକରେ ଉଲ୍ଲେଖ ରହିଛି। ବିଜେପିର ସହଯୋଗୀ ଦଳ ଶିବସେନା ଏହାକୁ ପ୍ରଶ୍ନ ଉଠାଇଛି। ସେହିପରି ଏହାକୁ ସମାଲୋଚନା କରିଛି କଂଗ୍ରେସ ।

 

You might also like