ପୁରୀ: ବାସେଳୀ ସାହି ଥାନା ଆଇଆଇସିଙ୍କୁ ବଦଳି ନକରିବାକୁ ଦାବି, ମା’ ମଶାଣୀଚଣ୍ଡୀ କ୍ଷୁଦ୍ର ପରିବା ବ୍ୟବସାୟୀ ସଂଘ ପକ୍ଷରୁ ଶୋଭାଯାତ୍ରା

ପୁରୀ(କେନ୍ୟୁଜ୍):  ପୁରୀ ବାସେଳୀ ସାହି ଥାନା ଆଇଆଇସିଙ୍କୁ ବଦଳି ନକରିବା ଦାବିରେ ମା’ ମଶାଣୀଚଣ୍ଡୀ କ୍ଷୁଦ୍ର ପରିବା ବ୍ୟବସାୟୀ ସଂଘ ପକ୍ଷରୁ ଶୋଭାଯାତ୍ରା । ଏନେଇ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଥାନା ଆଇଆଇସିଙ୍କୁ ହାଜତ ମୃତ୍ୟୁ ମାମଲାରେ ଚାପ ପକାଇ ବଦଳି କରିବା ପାଇଁ ହେଉଥିବା ଷଡଯନ୍ତ୍ରକୁ ବ୍ୟବସାୟୀ ସଂଘ ବିରୋଧ କରିଛି ।

baseli sahi 1

ପୁରୀରେ ଚାଲିଥିବା ଅବାଧ ମଦ, ବ୍ରାଉନ ସୁଗର, ଗଞ୍ଜେଇ କାରବାର ବହୁ ମାତ୍ରାରେ ନିୟନ୍ତ୍ରଣକୁ ଆସିପାରିଛି । ଏହାସହ ସାଧାରଣ ଜନତାଙ୍କୁ ଭୟଭୀତ କରି ଦାଦାବଟି ଆଦାୟ କରୁଥିବା ଅପରାଧୀଙ୍କ କାର୍ଯ୍ୟକଳାପ ଉପରେ ରୋକ ଲଗାଇବାରେ ଆଇଆଇସି ସଫଳ ହୋଇଥିବା ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.