Below header

ମିଛ କହି ମୃତଦେହ ସତ୍କାର ପାଇଁ ଚାନ୍ଦା ମାଗୁଛନ୍ତି କିଛି ନିଶାଡି, ଧରାପଡିବା ପରେ ଖାଇଲେ ନିର୍ଦ୍ଧୁମ ଛେଚା

ଖୋର୍ଦ୍ଧା (କେନ୍ୟୁଜ୍‌) : ମୃତଦେହ ସତ୍କାର ପାଇଁ ଟଙ୍କା ମାଗୁଥିବା ନିଶାଡିଙ୍କୁ ମାଡ। ଜଟଣୀରେ ସାହି ବସ୍ତି ଓ ଗଳିକନ୍ଦିରେ ମୃତଦେହ ସତ୍କାର ପାଇଁ ଚାନ୍ଦା ଆଦାୟ କରୁଥିବା ନିଶାଡିଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି। ତାଲା ବନ୍ଦ ଯୋଗୁଁ ନିଶାଡି ଓ କିଛି ଅସାମାଜିକ ଯୁବକ ସାହି ବସ୍ତିରେ ବସି ଖଟି କରୁଛନ୍ତି । କାମ ଧନ୍ଦା ନଥିବାରୁ ପାଖରେ ଟଙ୍କା ନାହିଁ। ତେଣୁ ମିଛ କହି ଗାଁରେ ଟଙ୍କା ମାଗୁଛନ୍ତି। ମୃତଦେହ ସତ୍କାର କରିବାକୁ ପାଖରେ ଟଙ୍କା ନଥିବା କହି ଲୋକଙ୍କଠୁ ଲୁଟୁଛନ୍ତି। ଏକଥା ଜଣାପଡିବା ପରେ ନିର୍ଦ୍ଧୁମ ଛେଚିଛନ୍ତି ସ୍ଥାନୀୟ ଲୋକ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.