ପ୍ଲାଜମା ଥେରାପୀ ପରେ ଏବେ ରେମଡେସିଭର ଔଷଧ ଉପରେ ବି ଲାଗିପାରେ ରୋକ୍

ଦେଶରେ କରୋନା ଭାଇରସର ମାମଲା ଲଗାତାର ବୃଦ୍ଧି ପାଉଛି। ଇତିମଧ୍ୟରେ କରୋନା ଭାଇରସର ଚିକିତ୍ସାରେ ବ୍ୟବହାର କରାଯାଉଥିବା ଔଷଧ ରେମଡେସିଭରର କଳାବଜାରୀ ପ୍ରବଳ ବଢ଼ିଯାଇଛି। ଏହି ମାମଲାରେ ଏବେ ଦିଲ୍ଲୀ ସ୍ଥିତ ସର ଗଙ୍ଗାରାମ ହସ୍ପିଟାଲର ଚେୟାରମ୍ୟାନ ଡା. ଡିଏସ ରଣାଙ୍କ ତରଫରୁ ଏକ ବଡ଼ ବୟାନ ଆସିଛି।

ଡା. ରାଣା କହିଛନ୍ତି, ରେମଡେସିଭର ଇଂଜେକସନକୁ ମଧ୍ୟ ଖୁବଶୀଘ୍ର କୋଭିଡର ଚିକିତ୍ସାରୁ ହଟାଇବାକୁ ଚିନ୍ତା କରାଯାଉଛି। ଏହି ଔଷଧ କରୋନା ରୋଗୀଙ୍କ ଚିକିତ୍ସାରେ ଫଳପ୍ରଦ ହେଉନାହିଁ। ତେଣୁ ତାହାକୁ ଔଷଧ ତାଲିକାରୁ ହଟାଇବା ଉପରେ ବିଚାର କରାଯାଉଛି।

ସୂଚନାଯୋଗ୍ୟ ଯେ ଦୁଇ ଦିନ ତଳେ ICMR ର ପରାମର୍ଶ ପରେ କୋଭିଡ-୧୯ର ଚିକିତ୍ସାର ପ୍ରୋଟୋକଲରୁ ପ୍ଲାଜମା ଥେରାପୀକୁ ହଟାଇ ଦିଆଯାଇଛି।

ସେ କହିଛନ୍ତି ଗତ ବର୍ଷେ ହେଲା ଦେଖାଯାଉଛି ଯେ ପ୍ଲାଜମା ଥେରାପୀ ମଧ୍ୟ ରୋଗୀଙ୍କ ଚିକିତ୍ସାରେ ସେତେଟା ଫଳପ୍ରଦ ହେଉନାହିଁ। ଏଣୁ ତାହାକୁ ଚିକିତ୍ସା ତାଲିକାରୁ ହଟାଇ ଦିଆଯାଇଛି। ଏବେ ରେମଡେସିଭରକୁ ବି ଖୁବଶୀଘ୍ର ବାଦ୍ ଦେବା ଉପରେ ବିଚାର ଚାଲିଛି ବୋଲି କହିଛନ୍ତି ଡାକ୍ତର ରାଣା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.