ବାତ୍ୟା ‘ଅସାନି’ ପ୍ରଭାବରେ କିଛି ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ, ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ

କେନ୍ୟୁଜ୍(ବ୍ୟୁରୋ):ଓଡ଼ିଶା ଛୁଇଁବନି ବାତ୍ୟା ‘ଅସାନି’। ପ୍ରଭାବରେ ବର୍ଷା ଓ ପବନ ବହିପାରେ । କିଛି ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ। କିନ୍ତୁ ବନ୍ୟାର ସମ୍ଭାବନା ନାହିଁ । ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି । ୧୮ ଜିଲ୍ଲା ୮୬୨ଟି ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି । ଆବଶ୍ୟକ ହେଲେ ସାଢ଼େ ୭ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା ।

ଏବେ ସୁଦ୍ଧା ଫେରିଲାଣି ୫୬୧୦ ବୋଟ୍‌। ଏବେ ୨୫୨ ବୋଟ୍‌ ସମୁଦ୍ରରେ ଅଛି। ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି SRC । ବାତ୍ୟାକୁ ଦୃଷ୍ଟିରେ ରଖି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲିବା ସହ ଜିଲ୍ଲା ସ୍ତରରେ ଅଫିସର ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ମଧ୍ୟରେ ସମନ୍ଵୟ ରଖିବାକୁ କୁହାଯାଇଛି । ଓଡ଼ିଶାର ସମସ୍ତ ବନ୍ଦର ପାଇଁ ୨ ନମ୍ବର ବିପଦ ସଂକେତ ଜାରି ହୋଇଛି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.