ଖୋଲୁଛି ଚିଟଫଣ୍ଡ ଗୁମର: ଲୋକଙ୍କ ଟଙ୍କାକୁ ଜମି, ଫାର୍ମ ହାଉସ ଓ ହୋଟେଲରେ ଲଗାଇଥିଲେ ଆନ୍ଧ୍ର ପ୍ରଦେଶର ଏକ୍ସ ଏମଏଲଏ ବିଜୟ

ଚିଟଫଣ୍ଡ ଠକେଇ ମାମଲାରେ ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ରିମାଣ୍ଡରେ ଆଣି ଏମ. ବିଜୟ ପ୍ରସାଦଙ୍କରୁ ଅନେକ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍‌ଲ୍ୟୁ ଟିମ । ଓଡ଼ିଶାରେ ବିଜୟ ପ୍ରସାଦଙ୍କର ଅନେକ ସଂପତି ରହିଛି । ମୂଲ୍ୟବାନ ଜମି, ଫାର୍ମ ହାଉସ ଓ ହୋଟେଲ ଥିବା ଜଣାପଡ଼ିଛି। ଲୋକଙ୍କ ଠାରୁ ଆଦାୟ ଚିଟ୍‌ଫଣ୍ଡ ଟଙ୍କାକୁ ଜମି, ଫାର୍ମ ହାଉସ ଓ ହୋଟେଲରେ ଲଗାଇଥିଲେ ବିଜୟ । ତାଙ୍କ ସଂପତି ବ୍ୟାଜ୍ୟାପ୍ତ ପାଇଁ ସ୍ୱତନ୍ତ୍ର ଓପିଆଡି କୋର୍ଟରେ ଆବେଦନ ହୋଇଛି ।

ୱେଲଫେୟାର ବିଲ୍‌ଡିଂ ଆଣ୍ଡ ଇଷ୍ଟେଟ ପ୍ରାଇଭେଟ ଲିମିଟେଡ ଏମଡି ଏମ ବିଜୟ ପ୍ରସାଦ ଚିଟ୍‌ଫଣ୍ଡ ମାଧ୍ୟମରେ କୋଟିଏରୁ ଅଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି। ଗତ ୭ ତାରିଖରେ ତାଙ୍କୁ ବିଶାଖାପାଟଣାରୁ ଗିରଫ କରିଛି ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା । ଖାଲି ବିଜୟ ନୁହନ୍ତି ତାଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ୫ଟି ମାମଲା ରହିଛି । ୨୦୧୯ ନିର୍ବାଚନରେ ବିଶାଖାପାଟଣାରୁ ନିର୍ବାଚନ ଲଢିଥିଲେ ଏମ୍‌ ବିଜୟ ପ୍ରସାଦ। ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ବିଧାୟକ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.