ଭୁବନେଶ୍ବରର ବିଭିନ୍ନ ସ୍ଥାନରେ କୁଣ୍ଡା ଝଡା ବର୍ଷା, ଆଜି ୪୩.୨ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ଥିଲା ଭୁବନେଶ୍ୱର

ଭୁବନେଶ୍ବରର ବିଭିନ୍ନ ସ୍ଥାନରେ କୁଣ୍ଡା ଝଡା ବର୍ଷା ।  ଆଜି ଅପରାହ୍ ଣ ୨ଟା ୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ଭୁବନେଶ୍ୱର । ଭୁବନେଶ୍ୱରରେ ତାପମାତ୍ରା ୪୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଭୁବନେଶ୍ବର : ଭୁବନେଶ୍ବରର ବିଭିନ୍ନ ସ୍ଥାନରେ କୁଣ୍ଡା ଝଡା ବର୍ଷା ।  ଆଜି ଅପରାହ୍ ଣ ୨ଟା ୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ଭୁବନେଶ୍ୱର । ଭୁବନେଶ୍ୱରରେ ତାପମାତ୍ରା ୪୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଝାରସୁଗୁଡ଼ାରେ ୪୨.୯ ଡିଗ୍ରୀ, ଚାନ୍ଦବାଲିରେ ୪୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଆହୁରି ୫ ଦିନ ତତଲା କଡେଇରେ ଛଟପଟ ହେବ ଓଡ଼ିଶା। ୨୭ ଓ ୨୮ରେ ଅଧିକ କଲବଲ କରିବ ତାତି। ପାଞ୍ଚ ଦିନ ହିଟ୍ ୱେଭ ଓ ସିଭିୟର ହିଟ ୱେଭ ପାଇଁ ସତର୍କ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ୨୪ ଘଣ୍ଟା ମଧ୍ୟରେ ହିଟ ପାଇଁ ଉତ୍ତର ଉପକୂଳ ଓଡ଼ିଶା ଓ ଦକ୍ଷିଣ କୋଷ୍ଟାଲ ଓଡ଼ିଶାର ଜିଲ୍ଲା ପାଇଁ ସତର୍କ ଜାରି ହୋଇଛି ।

ଏହାସହ ଗଞ୍ଜାମ ଓ ଗଜପତି ପାଇଁ ଆରେଞ୍ଜ ଆଲର୍ଟ ଜାରି ହୋଇଛି। ୨୬ ତାରିଖରେ ରାଜ୍ଯର ଅଧିକାଂଶ ଜିଲ୍ଲାରେ ହିଟ ୱେଭ ଦେଖାଯିବ। ୨୭ ଓ ୨୮ରେ ସିଭିୟର ହିଟୱେବ ସମ୍ଭାବନା ରହିଛି। ଆଗାମୀ ଦିନରେ କିଛି ଜିଲ୍ଲାରେ ୪୫ ଡିଗ୍ରୀ ଉପରେ ମଧ୍ୟ ରେକର୍ଡ କରାଯାଇପାରେ। ୩୦ ତାରିଖ ବେଳକୁ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ତାତିରୁ ମିଳିଲା ସାମାନ୍ୟ ଆଶ୍ବସ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.