ପାଟଣାଗଡ଼ ଫିଲ୍ମକୁ ବିରୋଧ : ମୃତ ସୌମ୍ୟ ଶେଖରଙ୍କ ପରିବାର ଲୋକେ କଲେ ଆପତ୍ତି

ପାଟଣାଗଡ଼ ଚଳଚ୍ଚିତ୍ର ତିଆରିକୁ ବିରୋଧ । ଚଳଚ୍ଚିତ୍ର ତିଆରିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମୃତ ସୌମ୍ୟ ଶେଖରଙ୍କ ପରିବାର । ଫିଲ୍ମ ନିର୍ମାଣ ନେଇ ତାଙ୍କ ସହ ଯୋଗାଯୋଗ କରାଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି । ରେଞ୍ଜ ରୟାଲ ସିନେ ଲ୍ୟାବ୍‌ ସଂସ୍ଥା ଏହି ଚଳଚ୍ଚିତ୍ର ନିର୍ମାଣ କରୁଛି । ଫିଲ୍ମର ସୁଟିଂ ଚାଲିଥିବା ବେଳେ ପ୍ରଥମ ଟ୍ରେଲର ରିଲିଜ୍‌ ହୋଇସାରିଛି । ଫିଲ୍ମର ଲିଡ ରୋଲରେ ଅଛନ୍ତି ବଲିଉଡ୍‌ ଅଭିନେତା ଅତୁଲ କୁଲକର୍ଣ୍ଣି ଓ ମନୋଜ ମିଶ୍ର । ଅତୁଲ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ଭୂମିକାରେ ଥିବା ବେଳେ ମନୋଜ ମିଶ୍ର ପୁଞ୍ଜିଲାଲ ଭୂମିକାରେ ଅଭିନୟ କରିଛନ୍ତି । ଗତ ଫେବୃଆରୀ ୨୩ରେ ପାଟଣାଗଡରେ ପାର୍ସଲ ବୋମା ବିସ୍ଫୋରଣ ହୋଇଥିଲା । ଏଥିରେ ସୌମ୍ୟଶେଖର ଓ ତାଙ୍କ ଜେଜେ ମାଆଙ୍କ ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.