Below header

ଅଗଷ୍ଟ ୧୧ରେ ଇମ୍ରାନ୍‌ଙ୍କ ଶପଥ

କରାଚୀ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଅଗଷ୍ଟ ୧୧ ତାରିଖରେ ଶପଥ ନେବେ ଇମ୍ରାନ୍‌ ଖାନ୍‌ । ଏ ସମ୍ପର୍କରେ ରେଡିଓ ପାକିସ୍ତାନ ଘୋଷଣା କରିଛି । ଇମ୍ରାନ୍‌ଙ୍କ ଦଳ ପିଟିଆଇ ୧୧୬ ଆସନ ଦଖଲ କରିଛି । ପାକିସ୍ତାନ ନେସନାଲ ଆସେମ୍ବ୍ଲିରେ ଦାବି ଉପସ୍ଥାପନ ପାଇଁ ଏହାକୁ ୧୩୭ ସମର୍ଥନ ହାସଲ କରିବାକୁ ହେବ । ଏଥିଲାଗି ବିଭିନ୍ନ ଛୋଟ ଦଳର ସମର୍ଥନ ଜୁଟାଇବାରେ ଲାଗିଛନ୍ତି ଇମ୍ରାନ୍‌ । ସେପଟେ ବିରୋଧୀ ନଓ୍ଵାଜ ସରିଫଙ୍କ ପାକିସ୍ତାନ ମୁସଲିମ ଲିଗ୍‌ ପାଖରେ ୬୪ ଏବଂ ବିଲଓ୍ଵାଲ ଭୁଟ୍ଟୋଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି ପାଖରେ ୪୩ଟି ଆସନ ରହିଛି । ଇମ୍ରାନ୍‌ଙ୍କୁ କ୍ଷମତାକୁ ଆସିବାରେ ରୋକିବା ଲାଗି ଏହି ଦୁଇ ଦଳ ଏକାଠି ହେବେ ବୋଲି ଘୋଷଣା କରିଛନ୍ତି । ତେଣୁ ସଠିକ୍‌ ଭାବେ ସମର୍ଥନ ନଜୁଟାଇଲେ ଇମ୍ରାନ୍‌ଙ୍କ ପାଇଁ ଅଡୁଆ ବଢ଼ି ପାରେ । ସେଥିଲାଗି ଏହି ପୂର୍ବତନ କ୍ରିକେଟର୍‌  ନିର୍ଦ୍ଦଳୀୟଙ୍କ ସହାୟତା ଲୋଡିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.