ବଦଳିଲା ଦିଗ ! କାକିନଡା ପାଖାପାଖି ସ୍ଥଳଭାଗ ଛୁଇଁବ ବାତ୍ୟା ଅସାନି: SRC

ଭୁବନେଶ୍ୱର (କେନ୍ୟୁଜ): ବାତ୍ୟା ଅସାନି ନେଇ SRC ପ୍ରଦୀପ ଜେନାଙ୍କ ସୂଚନା । ବର୍ତ୍ତମାନରସୂଚନା ଅନୁସାରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ । ଆନ୍ଧ୍ର କାକିନାଡ଼ା ପାଖାପାଖି ସ୍ଥଳଭାଗ ଛୁଇଁପାରେ ବାତ୍ୟା । କାକିନାଡ଼ା-ବିଶାଖାପାଟଣା ମଝାମଝି ସ୍ଥଳଭାଗ ଛୁଇଁ ଛୁଇଁ ଯାଇପାରେ ବୋଲି ରିପୋର୍ଟ କହୁଛି । ସ୍ଥଳଭାଗ ଛୁଇଁ ଛୁଇଁ ଯିବା ପରେ ପୁଣି ସମୁଦ୍ରକୁ ରିକର୍ଭ କରିପାରେ ଅସାନୀ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।

ଏଥିସହିତ ୧୨ ତାରିଖ ବେଳକୁ ଏହା ବିଶାଖାପାଟଣାକୁ ଛୁଇଁବା ବେଳକୁ ଦୁର୍ବଳ ହୋଇ ସାରିଥିବ ଏବଂ ୧୨ ତାରିଖ ସନ୍ଧ୍ୟା ପରଠାରୁ ସମୁଦ୍ର ଭିତରେ ଆହୁରି ଦୁର୍ବଳ ହେବ ଅସାନି। ୧୨ ତାରିଖ କିମ୍ବା ୧୩ ତାରିଖ ସକାଳ ସୁଦ୍ଧା ବାତ୍ୟା ଓଡ଼ିଶା ଉପକୂଳ ପାଖାପାଖି ପହଞ୍ଚିନଥିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ବିଶାଖାପାଟଣା ପରେ ଯେହେତୁ ସମୁଦ୍ର ମଧ୍ୟକୁ ପ୍ରବେଶ କରିବ ତେଣୁ ଏହାର ଗତିପଥ ବାବଦରେ ଏଯାଏଁ ଆକଳନ ହୋଇନାହିଁ। ଏହି ସମୟରେ ବାତ୍ୟା ଅପେକ୍ଷାକୃତ ଦୁର୍ବଳ ହୋଇ ସାରିଥିବ। ଓଡ଼ିଶା ଉପରେ ବେଶି ପବନ ହେବ ନାହିଁ, ବର୍ଷା ହେବ ବୋଲି କହିଛନ୍ତି । ରାୟଗଡା, ମାଲାକାନଗିରି, ଗଜପତି, କୋରାପୁଟ ଓ ଗଞ୍ଜାମରେ ଆସନ୍ତାକାଲି ଠାରୁ ବର୍ଷା ଆରମ୍ଭ ହୋଇଯିବ ୧୨ ତାରିଖରେ ଉପକୂଳ ଜିଲ୍ଲାରେ କିଛି ମାତ୍ରାରେ ବର୍ଷା ସମ୍ଭାବନା ଥିବା ବେଳେ ମଧ୍ୟମରୁ ପ୍ରବଳ ବର୍ଷା ହେବ, ଅତିଭୀଷଣ ବର୍ଷା ହେବ ନାହିଁ ବୋଲି SRC ସୂଚନା ଦେଇଛନ୍ତି ।

ତେବେ ବାତ୍ୟା ପ୍ରଭାବରେ ଆସନ୍ତାକାଲି କୋରାପୁଟ, ଗଜପତି, ଗଂଜାମରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ମଧ୍ୟ ବର୍ଷା ହୋଇପାରେ । ପରିସ୍ଥିତି ଦେଖି ଓଡ୍ରାଫ୍ ଓ ଅଗ୍ନିଶମ ମୁତୟନ ପରିବର୍ତ୍ତନ ହୋଇଛି । ମାଲକାନଗିରିକୁ ୨ଟି, କୋରାପୁଟକୁ ୬ଟି ଓଡ୍ରାଫ୍ ଟିମ୍ ପଠାଯାଇଛି । ସେହିଭଳି ଗଂଜାମକୁ ୬ଟି, ଗଜପତିକୁ ୩ଟି ଓ ରାୟଗଡ଼ାକୁ ୩ଟି ଟିମ୍ ପଠାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.