ଆଜି ସନ୍ଧ୍ୟାରେ ମୁଣ୍ଡୁଳିରେ ପହଞ୍ଚିବ ସର୍ବାଧିକ ବନ୍ୟା ଜଳ, ଏହି ସବୁ ଜିଲ୍ଲାକୁ ଦେଲେ ସତର୍କବାଣୀ, ସୂଚନା ଦେଲେ ଏସଆରସି

ଭୁବନେଶ୍ୱର (କେନ୍ୟୁଜ): କଟକ ମୁଣ୍ଡଳୀ ଠାରେ ଆଜି ସନ୍ଧ୍ୟାରେ ପାସ୍‌ କରିବ ସର୍ବାଧିକ ବନ୍ୟାଜଳ। ସଂଧ୍ୟାରେ ମୁଣ୍ଡଳୀ ଠାରେ ସର୍ବାଧିକ ସାଢେ ୧୧ଲକ୍ଷ ଘନଫୁଟ ବନ୍ୟା ଜଳ ପାସ୍‌ କରିବ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା। ଗତକାଲି ରାତି ୯ଟାରୁ ୧୨ଟା ମଧ୍ୟରେ ଖଇରମାଳ ଠାରେ ସର୍ବାଧିକ ପାଣି ପାସ୍‌ କରିଛି। ରାତିରେ ଖଇରମାଳ ଠାରେ ୧୨.୦୬ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହୋଇଛି।

କାଲି ଖଇରମାଳ ଠାରେ ପ୍ରବାହିତ ହୋଇଥିବା ବନ୍ୟା ଜଳ ଆଜି ସଂଧ୍ୟାରେ ମୁଣ୍ଡଳି ଠାରେ ପହଞ୍ଚିବ ବୋଲି ଏସଆରସି ସୂଚନା ଦେଇଛନ୍ତି। ଆଗାମୀ ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ। ମୁଣ୍ଡଳିରେ ସର୍ବାଧିକ ବନ୍ୟାଜଳ ପ୍ରବାହିତ ହେବାକୁ ଥିବାରୁ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ବିଶେଷ ପ୍ରଭାବିତ ହେବ। ବ୍ୟାକ ୱାଟର ଯୋଗୁଁ କିଛି ଜାଗାରେ ପାଣି ପଶିଥିବା ସେ କହିଛନ୍ତି। ଏହି ସମୟରେ ସର୍ବାଧିକ ପାଣି ପ୍ରବାହିତ ହେବାକୁ ଥିବାରୁ ନଦୀବନ୍ଧକୁ ଜଗିବା ଜରୁରୀ ବୋଲି କହିଛନ୍ତି ଏସଆରସି। ନଦୀବନ୍ଧ ପ୍ରତି ନଜର ରଖିବାକୁ ଜଳସଂପଦ ବିଭାଗ ପ୍ରସ୍ତୁତ ରହିଛି। ଏହା ସହ ଲୋକଙ୍କୁ ସ୍ଥାନାନ୍ତର ସହ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ଅନୁସାରେ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି। ସ୍ଥିତି ଦେଖି ଜିଲ୍ଲାପାଳ କର୍ମଚାରୀଙ୍କ ଛୁଟି ବାତିଲ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.