Below header

ଗଞ୍ଜାମ:  ଜିଲ୍ଲାରେ ଆରମ୍ଭ ହେବ “ ମୋ ଗାଁରେ ତହସିଲ ଶିବିର”, ହାତପାଆନ୍ତାରେ ଲେକେ ପାଇବେ ରାଜସ୍ୱ ବିଭାଗର ସମସ୍ତ ସୁବିଧା

ଗଞ୍ଜାମ(କେନ୍ୟୁଜ୍): ରାଜସ୍ୱ ବିଭାଗରେ ଥିବା ମାମଲା ଗୁଡିକରେ ତ୍ୱରିତ ଫଇସଲା ସହ ହାତପାଅନ୍ତାରେ ଲୋକଙ୍କ ନିକଟରେ ସୁବିଧା ପହଞ୍ଚାଇବା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହେବ “ ମୋ ଗାଁରେ ତହସିଲ ଶିବିର “ କାର୍ଯ୍ୟକ୍ରମ । ଆସନ୍ତା ୨୯ ତାରିଖରୁ ସର୍କଲ ସ୍ତରରେ ଏହି ଶିବିର ଆରମ୍ଭ କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜିଲ୍ଲାପାଳଙ୍କ ଦ୍ୱାରା ମୋ ଗେହ୍ଲା ଝିଅ, ମୋ ନିବେଦନ, ପିଲାଟିଏ ଗଛଟିଏ , ସ୍କୁଲରେ ତଳେ ବସିବାକୁ ନା, ଶିକ୍ଷକଙ୍କୁ ଶ୍ରେଣୀ ଗୃହକୁ ମୋବାଇଲ ମନା, ଅଭିଯୋଗ ପାଇଁ ସ୍ୱତନ୍ତ୍ର ମୋବାଇଲ ନମ୍ୱର, ସ୍ୱୟଂସିଦ୍ଧା ଓ ନିର୍ଭୟ କଢି ଭଳି ଅଭିନବ କାର୍ଯ୍ୟକ୍ରମ ପରେ ପ୍ରଶାସନ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି “ମୋ ଗାଁରେ ତହସିଲ ଶିବିର” । ଏଥିରେ ବାସ ଗୃହ ପ୍ରମାଣ ପତ୍ର ଠାରୁ ଆରମ୍ଭ କରି ଜାତିଗତ ପ୍ରମାଣ ପତ୍ର , ଆୟବ୍ୟୟ ଆଦି ପ୍ରମାଣ ପତ୍ର ପାଇଁ ତହସିଲ ଓ ରାଜସ୍ୱ କାର୍ଯ୍ୟାଳୟକୁ ଲୋକଙ୍କୁ ଦୌଡ଼ିବାକୁ ପଡିବ ନାହିଁ । ସମସ୍ତ ପ୍ରମାଣପତ୍ରକୁ ଏହି ଶିବିରରେ ଦାଖଲ କରି ସେଦିନ ହିଁ ଆବଶ୍ୟକ ପ୍ରମାଣ ପତ୍ର ପାଇ ପାରିବେ ଲୋକେ ।

ganjam collectorଆସନ୍ତା ୨୯ ତାରିଖରୁ ୨୩ଟି ତହସିଲ ଅଧିନସ୍ଥ ଗୋଟିଏ ଲେଖାଏଁ ରାଜସ୍ୱ ସର୍କଲରେ ଏହି ଶିବିର ଅନୁଷ୍ଠିତ ହେବ । ଏହି ଶିବିରରେ ମୁଖ୍ୟତଃ ଘର ବାରି ପଟ୍ଟା, ଅନ୍ୟାନ୍ୟ ତ୍ରୁଟି ନଥିବା ମାମଲା ଶିବିରରେ ହିଁ ଫଇସଲା କରି ପଟ୍ଟା ପ୍ରଦାନ କରାଯିବ । ସେହିଭଳି ମ୍ୟୁଟେସନ ଓ ଗ୍ରାମକଣ୍ଟକ ଏବଂ ଅନ୍ୟ ମାମଲା ଗୁଡିକ ଏହି ଶିବିରରେ ଗ୍ରହଣ କରାଯିବ । ଏହି ଶିବିରରେ ତହସିଲଦାରଙ୍କ ସମେତ କର୍ମଚାରୀମାନେ ଉପସ୍ଥିତ ରହି ଲୋକଙ୍କୁ ସେବା ଯୋଗାଇ ଦେବା ସହ ଅଭିଯୋଗ ଶୁଣାଣୀ କରି ଫଇସଲା କରିବାର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.