ୟୁଜି ପିଜି ଶେଷ ବର୍ଷ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ୟୁଜିସିକୁ ଅନୁରୋଧ କଲେ ରାଜ୍ୟ ସରକାର

ୟୁଜି ପିଜି ଶେଷ ବର୍ଷ ପରୀକ୍ଷା ପାଇଁ ଥିବା ଡେଡ୍‌ ଲାଇନ ଅକ୍ଟୋବର ୧୦ କରାଯାଉ। ରାଜ୍ୟ ସରକାର ୟୁଜିସିକୁ ଏହି ଅନୁରୋଧ କରିଛନ୍ତି। ୟୁଜିସି ସେପ୍ଟେମ୍ବର ୩୦ ସୁଦ୍ଧା ପରୀକ୍ଷା ସାରିବାକୁ ଦେଇଥିଲା ନିର୍ଦ୍ଦେଶ। ଡେଡ୍‌ଲାଇନ ଘୁଞ୍ଚିଲେ ଗୋଟିଏ ଦିନ ଛାଡି ଗୋଟିଏ ଦିନ ପରୀକ୍ଷା କରିବାକୁ ସମୟ ମିଳିବ। ଏହା ଦ୍ୱାରା ପରୀକ୍ଷା କେନ୍ଦ୍ରଗୁଡିକୁ ସଠିକ୍‌ ଭାବେ ପରିଷ୍କାର ପରିଚ୍ଛନ୍ନ କରି ରଖାଯାଇ ପାରିବ ଏବଂ ଉପଯୁକ୍ତ ଭାବେ ସାନିଟାଇଜ୍ ହୋଇପାରିବ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ରାଜ୍ୟ ସରକାର ଚାହିଁଲେ ପରୀକ୍ଷା ଘୁଞ୍ଚାଇ ପାରିବେ। ଏଥିପାଇଁ ୟୁଜିସିକୁ ଅନୁରୋଧ କରିବାକୁ ପଡିବ।  ଫାଇନାଲ ପରୀକ୍ଷା ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୧୦ ତାରିଖ ମଧ୍ୟରେ ହେବ। ସେହିପରି ପରୀକ୍ଷା ଫଳ ଅକ୍ଟୋବର ୩୧ ସୁଦ୍ଧା ପ୍ରକାଶ ପାଇବ ବୋଲି କୁହାଯାଉଛି। ତେବେ କୋଭିଡ ସ୍ଥିତି ଓ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଅଧିକ ସମୟ ଦେବାକୁ ଚିଠିରେ ଉଲ୍ଲେଖ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.