ଆସନ୍ତା ୧୭ ତାରିଖରେ ଅନଲକ୍‌ ହୋଇପାରେ ରାଜ୍ୟ, କିନ୍ତୁ ବନ୍ଦ ରହିପାରେ ୯ ଜିଲ୍ଲା

ଭୁବନେଶ୍ୱର(କେ ନ୍ୟୁଜ): ଆସନ୍ତା ୧୭ ତାରିଖରେ ରାଜ୍ୟରେ ସରୁଛି ଲକଡାଉନ୍‌ । କେଉଁ ଜିଲ୍ଲା ହେବ ଅନଲକ୍‌ ? କେଉଁଠି କଟକଣା ବଳବତ୍ତର ରହିବ ? ସରକାର ବିଚାରବିମର୍ଶ ଚଳାଇଛନ୍ତି । ୧୦ ପ୍ରତିଶତରୁ ଅଧିକ ପଜିଟିଭିଟି ଥିବା ୯ ଜିଲ୍ଲା ଖୋଲି ନପାରେ । ଏହି ତାଲିକାରେ ଅଛି ଯାଜପୁର, ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, କେନ୍ଦୁଝର, ବୌଦ୍ଧ, ନୟାଗଡ଼ ଓ ରାୟଗଡ଼ା ।

ଉଭୟ ପଜିଟିଭିଟି ଓ ଆକ୍ଟିଭ୍‌ କେସ୍‌ ଗ୍ରୀନ ଜୋନରେ ଥିବା ୧୦ ଜିଲ୍ଲାରେ ୧୭ ପରେ ଅନଲକ୍‌ ସମ୍ଭାବନା ଅଧିକ । ଆଗକୁ ରେଡ୍‌ , ଗ୍ରୀନ୍‌ ଓ ଅରେଞ୍ଜ ଜୋନ୍‌ ଜିଲ୍ଲା ପାଇଁ ଅଲଗା ଅଲଗା ରଣନୀତି ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.