ଗୁପଚୁପରେ ୱେଡିଂ ରିଙ୍ଗ ରଖି କରିଲେ ପ୍ରେମ ନିବେଦନ, ପୋଷ୍ଟ ହେଲା ଭାଇରାଲ

ଆଜିକାଲି ଆଧୁନିକ ଯୁଗରେ କପଲ ମାନେ ବିବାହ ପୂର୍ବରୁ ପରସ୍ପରକୁ ପ୍ରପୋଜ କରୁଛନ୍ତି । ଅନେକ କପଲ ଭିନ୍ନ ଭିନ୍ନ ଅନ୍ଦାଜରେ ପ୍ରପୋଜ କରିବା ଖବର ସାମ୍ନାକୁ ଆସିଥିଲା । କିନ୍ତୁ ଏବେ ଏମିତି ଏକ ପ୍ରପୋଜାଲ କେସ ସାମ୍ନାକୁ ଆସିଛି ଆପଣ ଜାଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

000
pc: navbharat times

ପ୍ରପୋଜାଲ ରିଙ୍ଗ କେକ୍ ଭିତରେ କିମ୍ବା ୱାଇନ ଗ୍ଲାସରେ ରଖି ପ୍ରପୋଜ କରୁଥିବାର ଖବର ଆପଣ ଅନେକ ବାର ଶୁଣିଥିବେ । କିନ୍ତୁ ଏବେ ଜଣେ ପାର୍ଟନର ଗୋଲଗପ୍ପା ବା ଗୁପଚୁପରେ ରିଙ୍ଗ ରଖି ତାଙ୍କ ପାର୍ଟନରଙ୍କୁ ପ୍ରପୋଜ କରିଛନ୍ତି । ଏବେ ଏହି ଖବର ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରେମ ନିବେଦନ କରି ବିବାହର ସାନଦାର ପ୍ରପୋଜାଲ ଦେଇଛନ୍ତି । ଏମିତି ଏକ ୟୁନିକ ଷ୍ଟାଇଲରେ ପ୍ରପୋଜାଲ ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

ଫଟୋରେ ଥିବା ଝିଅ ଜଣକ ନାମ Hanan। ସେ ଜଣେ ପିଏଚଡି ଷ୍ଟୁଡେଣ୍ଟ । ତାଙ୍କ ବୟଫ୍ରେଣ୍ଡ ତାଙ୍କୁ ଏଭଳି ସରପ୍ରାଇଜ ଦେଇଛନ୍ତି । ଟ୍ୱିଟରରେ ଏହି ପୋଷ୍ଟ ହେବା ପରେ ଏହାକୁ ଅନେକ ପସନ୍ଦ କରିଛନ୍ତି । ଏହାକୁ ନେଇ ଅନେକ କମେଣ୍ଟସ୍ ମଧ୍ୟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.