ସରିଲା ସଚେତନ, ଏବେ ଆକ୍ସନ: କୋଭିଡ଼ ନିୟମ ଭାଙ୍ଗିଲେ ଏବେ ହେବ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଟ୍ବିନସିଟି ବାସୀଙ୍କୁ ଦୁଇ ଦିନ ସଚେତନ କରାଯାଇଛି । ଏବେ କାର୍ଯ୍ୟନୁଷ୍ଠାନ ନିଆଯିବ । ଯେଉଁମାନେ କୋଭିଡ ନିୟମ ଭାଙ୍ଗିବେ ପୋଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ସୂଚନା ଦେଇଛନ୍ତି । ପ୍ରଥମରୁ ଯେମିତି ଲୋକେ ସହଯୋଗ କରିଥିଲେ, ସେମିତି ସହଯୋଗ ପାଇଁ ନିବେଦନ କରିଛନ୍ତି ପୋଲିସ କମିଶନର ।

ଅମାନିଆଙ୍କ ଉପରେ ପୋଲିସ ନଜର ରଖିଛି । ସଂକ୍ରମଣ ବଢ଼ିବା ସହ ସଚେତନ ଆବଶ୍ୟକ । ସରକାରଙ୍କ କୋଭିଡ଼ ଗାଇଡ ଲାଇନ ଅନୁସାରେ ହୋଲି ଉତ୍ସବ ପାଳନ କରାଯିବ । ଘରେ ରହି ହୋଲି ଖେଳିବାକୁ ନିର୍ଦେଶ ଦେଇଛନ୍ତି କମିଶନର । କମିସନରେଟ ପୋଲିସ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ନିୟମ ଭାଙ୍ଗି ରାସ୍ତାରେ ହୋଲି ଖେଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.