ଯାଜପୁରରେ ଫେଲ୍ ମାରିଲା ଶିଶୁ ଅପହରଣ ଉଦ୍ଯମ: ଅପହରଣକାରୀଙ୍କ କବଳରୁ ଚତୁରତାର ସହ ଖସିଲା ଅଷ୍ଟମ ଶ୍ରେଣୀର ଛାତ୍ର

ଯାଜପୁର ଟାଉନ: ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗ୍ରାମରୁ ନିଖୋଜ ଶିଶୁ କନ୍ୟାର ଏଯାଏ କୌଣସି ସୁରାକ ମିଳିନଥିବା ବେଳେ ସେହି ଅଞ୍ଚଳର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରକୁ ଅପହରଣ କରାଯାଇଥିବା ଘଟଣା ପୁଣି ସାମ୍ନାକୁ ଆସିଛି। କିନ୍ତୁ ସୌଭାଗ୍ୟ ବଶତଃ ଛାତ୍ର ଜଣକ କୌଣସି ମତେ ଅପହରଣକାରୀଙ୍କ କବଳରୁ ଖସି ଆସିଥିବା ଜଣାପଡିଛି।

ସୂଚନା ମୁତାବକ ଏହି ଛାତ୍ର ଜଣକ ନିଜ ଘରକୁ ଫେରୁଥିବା ବେଳେ ତାକୁ କେତେକ ଦୁର୍ବୁର୍ତ୍ତ ଏକ ଗାଡିରେ ହାତ ଗୋଡ଼ ବାନ୍ଧି ଦେଇ ଅପହରଣ କରି ନେଇଥିଲେ। କିନ୍ତୁ ଅରେଇ ଛକ ନିକଟରେ କୌଣସି ମତେ ଗାଡିରୁ ଖସି ପଳାଇ ଆସିଛି ଛାତ୍ର ଜଣଙ୍କ। ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ପୂର୍ବରୁ ନିଖୋଜ ହୋଇଥିବା ଶିଶୁ କନ୍ୟାର ଏପର୍ଯ୍ୟନ୍ତ କୌଣସି ସୁରାକ ମିଳିନଥିବା ବେଳେ ଏହି ଘଟଣା ପୋଲିସର କାର୍ଯ୍ୟଦକ୍ଷତା ଉପରେ ସୃଷ୍ଟି କରିଛି ପ୍ରଶ୍ନବାଚୀ। ଏ ନେଇ ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ପଚରା ଉଚୁରା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.