ବନ୍ଧୁକ ମୁନରେ ରାଜଧାନୀରୁ ଛାତ୍ରଙ୍କୁ ଅପହରଣ! ମୋବାଇଲ ଫୋନ ଟ୍ରାକ୍ କରି ଧରିଲା ପୋଲିସ୍
![kidnap](https://knewsodisha.com/wp-content/uploads/2022/02/kidnap.png)
ଭୁବନେଶ୍ବର(କେନ୍ଯୁଜ୍):ବନ୍ଧୁକ ମୁନରେ ଛାତ୍ରଙ୍କୁ ଅପହରଣ । ୩୦ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ୍ ରଖିଥିଲେ ଦୁର୍ବୃତ୍ତ । ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରୁ ଅପହରଣ ହୋଇଛି । ଛାତ୍ର ଜଣକ ଲକ୍ଷ୍ମୀସାଗର ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପୁଅ । ବେଙ୍ଗାଲୁରୁରେ ବିବିଏ ପଢନ୍ତି। କରୋନା ପାଇଁ ଘରକୁ ଆସିଥିଲେ ।
ଏକ ଓମଫେଡ୍ ବୁଥ୍କୁ ଚା ପିଇବାକୁ ଯାଇଥିବାବେଳେ ଅପହରଣ କରିନେଇଥିଲେ ଦୁର୍ବୃତ୍ତ । ପରେ ତାଙ୍କ ବାପାଙ୍କୁ ଫୋନ କରି ୩୦ଲକ୍ଷ ଟଙ୍କା ଦାବି କରିଥିଲେ। ଏନେଇ ଛାତ୍ରଙ୍କ ବାପା ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।
ମୋବାଇଲ ଫୋନ ଟ୍ରାକ୍ କରି ଛାତ୍ରଙ୍କୁ ଉଦ୍ଧାର କରିଛି ପୋଲିସ । ଏହାସହ ୪ ଜଣଙ୍କୁ ଅଟକ ରଖି ଜେରା କରୁଛି । ତାଙ୍କ ନିକଟରୁ କାର୍ ଓ ମାରଣାସ୍ତ୍ର ଜବତ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ।