କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇ କଲେଜରେ ଛାତ୍ର ଅସନ୍ତୋଷ, ବିଭିନ୍ନ ସମସ୍ୟାକୁ ନେଇ କଲେଜର ସମ୍ମୁଖରେ ବିକ୍ଷୋଭ

କେନ୍ଦ୍ରାପଡ଼ା(କେନ୍ୟୁଜ୍):  କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜରେ ଛାତ୍ର ଅସନ୍ତୋଷ। ବିଭିନ୍ନ ସମସ୍ୟାକୁ ନେଇ ଆଜି ଶତାଧିକ ଛାତ୍ରଛାତ୍ରୀ କଲେଜର ମୁଖ୍ୟ ଫାଟକରେ ତାଲା ପକାଇ ଟାୟାର ଜାଳି ନାରାବାଜି ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କଲେଜରେ ଦୁଇଦୁଇଥର ଇଣ୍ଟରନାଲ ପରୀକ୍ଷା ହେବା ଓ ଫଳାଫଳର ଜାଲିଆତି ଘଟଣାକୁ ବିରୋଧ କରି ଛାତ୍ରଛାତ୍ରୀମାନେ ଅଧ୍ୟକ୍ଷଙ୍କ ବିରୋଧରେ ନାରାବାଜୀ କରିଛନ୍ତି। ସେପଟେ କଲେଜର ଅଧ୍ୟକ୍ଷ ଇଣ୍ଟରନାଲ ପରୀକ୍ଷା ପ୍ରଶ୍ନପତ୍ର ଦାୟିତ୍ୱରେ ଥିବା ଅଧ୍ୟାପକଙ୍କ ତ୍ରୁଟି ସ୍ୱୀକାର କରିବା ସହ ସଂପୃକ୍ତ ଅଧ୍ୟାପକଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ପ୍ରଶାସନ ଏଥିରେ ଉଚିତ ପଦକ୍ଷେପ ନେବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.