ଅନିଲ କପୁରଙ୍କ ପୁଅଙ୍କୁ ତାପସୀ ପନ୍ନୁ କହିଲେ ଏପରି

ଭିନ୍ନ ଧରଣର ଫିଲ୍ମ କରୁଥିବା ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁଙ୍କୁ କିଏବା ନଜାଣେ । ତାପସୀ ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଯେଉଁମାନେ ସ୍ପଷ୍ଟଭାବେ ନିଜର ବକ୍ତବ୍ୟ ରଖିଥାନ୍ତି । ନିକଟରେ ତାପସୀ ଧୂପିୟାର ଏକ ଚାଟ ଶୋ “ନୋ ଫିଲଟର ନେହା”କୁ ଅତିଥି ଭାବେ ଯାଇଥିଲେ ଯେଉଁଠି ସେ ଅନେକ ବିଷୟକୁ ନେଇ ନିଜର ବୟାନ ରଖିଥିଲେ ।

Image result for Taapsee Pannu says about anil kapoors son

 

ନେହା ଧୂପିୟା ଶୋରେ ତାପସୀଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ବଲିଉଡରେ ଏପରି କେଉଁ କଳାକାର ଅଛନ୍ତି ଯାହାଙ୍କର ମାତା-ପିତା ଇଣ୍ଡଷ୍ଟ୍ରିରେ ନଥିଲେ ସେ ଆଜି ଫିଲ୍ମ ଇଣ୍ଡଷ୍ଟ୍ରିରୁ ବାହାରେ ଥାନ୍ତେ ? ଏହି ପ୍ରଶ୍ନର ଉତ୍ତରରେ ତାପସୀ ଅନିଲ କପୁରଙ୍କ ପୁଅ ହର୍ଷବର୍ଦ୍ଧନ କପୁରଙ୍କର ନାମ ନେଇଥିଲେ । ସେ କହିଥିଲେ ଯେ ମୁଁ ତାଙ୍କର ଯେତେବି ଫିଲ୍ମ ଦେଖିଛି ମୋତେ ଲାଗେ ଯେ ପ୍ରଥମ ଫ୍ଲପ ଫିଲ୍ମ ପରେ ତାଙ୍କୁ ଦ୍ଵିତୀୟ ଫିଲ୍ମ ମିଳିବା ବହୁତ ମୁସ୍କିଲ ଅଟେ । ସୂଚନା ଅନୁଯାୟୀ ହର୍ଷବର୍ଦ୍ଧନ ୨୦୧୬ ମସିହାରେ ଚଳଚ୍ଚିତ୍ର ‘ମିର୍ଜୟା’ରୁ ବଲିଉଡରେ ଡେବ୍ୟୁ କରିଥିଲେ । ଏହାପରେ ସେ ୨୦୧୮ ମସିହାରେ ଚଳଚ୍ଚିତ୍ର ‘ଭାବେଶ ଯୋଶୀ ସୁପରହିରୋ’ରେ ଦେଖିବାକୁ ମିଳିଥିଲେ । ତେବେ ହର୍ଷବର୍ଦ୍ଧନଙ୍କର ଏହି ଦୁଇଟି ଯାକ ଫିଲ୍ମ ବକ୍ସ ଅଫିସରେ ସେତେ ଭଲ ପ୍ରଦର୍ଶନ କରିପାରିନଥିଲା ।

Image result for Taapsee Pannu says about anil kapoors son

 

ଏହାସହ ପଢନ୍ତୁ ସନ୍ନି ଲିଓନି ଏବଂ ଦୀପିକା ପାଦୁକନଙ୍କୁ ହରାଇ ପ୍ରିୟଙ୍କା ଜିତିନେଲେ ଏହି ଟାଇଟିଲ

ତାପସୀଙ୍କ ଉପରକୁ ଆସିଲେ ନିକଟରେ ରିଲିଜ ହୋଇଥିବା ‘ସାଣ୍ଡ କି ଆଁଖ’ରେ ତାଙ୍କୁ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରରେ ତାଙ୍କ ସହିତ ଭୂମି ପେଡ଼ନେକର ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମ ଦୁନିଆର ସବୁଠାରୁ ବୟସ୍କ ଶାର୍ପ ସୁତାର ଚନ୍ଦ୍ରୋ ଏବଂ ପ୍ରକାଶି ତୋମରଙ୍କ ଜୀବନ ଉପରେ ଆଧାରିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.