ବଳପୂର୍ବକ ଘରେ ପଶି ଜଣେ ଗଣମାଧ୍ୟମର ଛାତ୍ରୀଙ୍କୁ ସବ୍‌ ଇନିସପେକ୍ଟର ଅସଦାଚରଣ ଅଭିଯୋଗ: ଥାନାରେ ଏତଲା

ପୁରୀ(କେନ୍ୟୁଜ୍):ପୋଲିସ ବାବୁଙ୍କ ନାଁରେ ଥାନାରେ ଏତଲା । ବଳପୂର୍ବକ ଘରେ ପଶି ଜଣେ ଗଣମାଧ୍ୟମର ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ଜଣେ ସବ୍‌ ଇନିସପେକ୍ଟରଙ୍କ ସମେତ ଆଉ ଜଣଙ୍କ ନାମରେ ଥାନାରେ ମାମଲା ରୁଜ୍ଜୁ ହୋଇଛି । ପୁରୀ ବାସେଳୀସାହି ଥାନା ମଙ୍ଗଳାଘାଟ ରୋଡ୍‌ ବଡପୋଖରୀ ଯାଗା ନିକଟରେ ଅସଦାଚରଣ ଅଭିଯୋଗ । ଏସପିଙ୍କ ନିର୍ଦ୍ଦେଶ କ୍ରମେ ମାମଲା ରୁଜୁ ହେବା ସହ ଜଣେ ଡିଏସପି ପାହ୍ୟାର ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି ।

ପୋଲିସ ଉପରେ ବିଶ୍ୱାସ ଅଛି ଓ ପୀଡିତାଙ୍କୁ ନ୍ୟାୟ ମିଳିବ ବୋଲି ଛାତ୍ରୀଙ୍କ ବାପା ମା’ କହିଛନ୍ତି । ଜାତୀୟ ମାନବାଧିକାର କମିଶନର ନିକଟରେ ମଧ୍ୟ ଅଭିଯୋଗ ହୋଇଛି । ଗତ ଅଗଷ୍ଟ ୨୨ ତାରିଖ ରାତିରେ ଛାତ୍ରୀ ଜଣକ ଏକାକୀ ଥିବାବେଳେ ସବଇନ୍ସପେକ୍ଟର ପ୍ରଭୁଦତ୍ତ ବିଶ୍ୱାଳ ତାଙ୍କ ଘରକୁ ଯାଇ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।

ଗତ ୨ ତାରିଖରେ ବାସେଳୀ ସାହି ଥାନାକୁ ରେଜିଷ୍ଟି୍ର ପୋଷ୍ଟ ଜରିଆରେ ଅଭିଯୋଗ ପଠାଇଥିଲେ । କୌଣସି ମାମଲା ରୁଜୁ ନହେବାରୁ ୬ ତାରିଖରେ ଏସପିଙ୍କ ନିକଟରେ ପିଟିସନ ଦେଇଥିଲେ । ଏସପିଙ୍କ ନିର୍ଦ୍ଧେଶ କ୍ରମେ ଗତ ୧୦ ତାରିଖରେ ମାମଲା ରୁଜୁ ହୋଇଛି । ପ୍ରଭୁଦତ୍ତ ବିଶ୍ୱାଳ ଓ ବିଶ୍ୱଜିତ ପଟ୍ଟନାୟକଙ୍କ ନାମରେ ମାମଲା ରୁଜୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.