ଆଜି ଭାରତ ଆସିବେ ଆମେରିକା ରାଷ୍ଟ୍ରପତି, ବାଲୁକାକଳା ମାଧ୍ୟମରେ ସ୍ବାଗତ କଲେ ସୁଦର୍ଶନ ପଟ୍ଟନାୟକ

ଆମେରିକା ରାଷ୍ଟ୍ରପତିଙ୍କୁ ବାଲୁକାକଳା ମାଧ୍ୟମରେ ସ୍ବାଗତ । ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ପ୍ରାୟ ୨ ହଜାର ଦୀପ ବ୍ଯବହାର କରି ସୁନ୍ଦର ବାଲୁକାକଳାରେ ଆମେରିକା ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି।

ପୁରୀ (କେନ୍ୟୁଜ): ଆମେରିକା ରାଷ୍ଟ୍ରପତିଙ୍କୁ ବାଲୁକାକଳା ମାଧ୍ୟମରେ ସ୍ବାଗତ । ଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି G-20 । ଏଥିରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ବହୁ ଡେଲିଗେଟ୍ସ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଜୋ ବାଇଡେନଙ୍କ ଗସ୍ତ ନେଇ ପୁରୀ ବେଳାଭୂମିରେ ଏକ ଆକଷର୍ଣୀୟ ବାଲୁକାକୃତି ତିଆରି କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ପ୍ରାୟ ୨ ହଜାର ଦୀପ ବ୍ଯବହାର କରି ଏହି ସୁନ୍ଦର ବାଲୁକାକଳାରେ ଆମେରିକା ରାଷ୍ଟ୍ରପତିଙ୍କୁ ସ୍ୱାଗତ କରାଯାଇଛି । ଦେଶରେ ଏବେ ଇଣ୍ଡିଆ ପରିବର୍ତ୍ତେ ଭାରତ ଲେଖିବା ପାଇଁ ଆରମ୍ଭ ହୋଇଥିବା ଅଭିଯାନକୁ ମଧ୍ୟ ଏହି କଳାକୃତିରେ ପରିଲକ୍ଷିତ କରାଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.