ଆଜି ଓଡ଼ିଶା ସମ୍ପର୍କିତ ୩ଟି ଭିନ୍ନ ଭିନ୍ନ ମାମଲା ଉପରେ ସୁପ୍ରିମକୋର୍ଟରେ ଶୁଣାଣି

ଭୁବନେଶ୍ବର(କେନ୍ୟୁଜ୍) : ଆଜି ଓଡ଼ିଶା ସମ୍ପର୍କିତ ୩ଟି ଭିନ୍ନ ଭିନ୍ନ ମାମଲା ଉପରେ ସମସ୍ତଙ୍କ ନଜର ରହିବ । ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହେବ । ବିଚାରପତି ଜଷ୍ଟିସ ଏକେ ସିକ୍ରି, ଜଷ୍ଟିସ ଏସ ଅବଦୁଲ ନଜିର ଓ ଜଷ୍ଟିସ ଏମଆର ଶାହଙ୍କ ଖଣ୍ଡପୀଠରେ ଶୁଣାଣି ହେବ । ଶ୍ରୀମନ୍ଦିର ସଂସ୍କାର ମାମଲାରେ ଆମିକସ କ୍ୟୁରି ରଞ୍ଜିତ କୁମାର ଆଜି ରିପୋର୍ଟ ପ୍ରଦାନ କରିପାରନ୍ତି । ବୁଧବାର ଏକେ ସିକ୍ରି ଅବସର ନେଉଥିବାରୁ ଏହି ମାମଲାର ଶୁଣାଣି କରି ଆମିକସ କ୍ୟୁରିଙ୍କ ରିପୋର୍ଟ ଆଧାରରେ ଆଦେଶ ଦେଇପାରନ୍ତି । ସେହିପରି ମହାନଦୀ ଜଳବିବାଦ ମାମଲାର ଆପୋସ ସମାଧାନ ନେଇ ଓଡ଼ିଶା ଓ ଛତିଶଗଡ ଅଧିକାରୀ ଏବଂ ବୈଷୟିକ ବିଶେଷଜ୍ଞଙ୍କ ଆଜି ଦ୍ୱିତୀୟ ବୈଠକ । ଗତ ମାସ ୨୫ ତାରିଖ ବୈଠକରେ କୈଣସି ନିଷ୍କର୍ସ ବାହାରି ପାରିନଥିବାରୁ ଆଜିର ବୈଠକକୁ ଗୁରୁତ୍ୱ ଦିଆଯାଉଛି । ସେହିପରି ବଂଶଧାରା ଜଳବିବାବଦ ମାମଲାରେ ଟ୍ରିବ୍ୟୁନାଲରେ ଶୁଣାଣି ହେବ । ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଏବଂ ଅନ୍ୟ ଦୁଇ ଜଣ ବିଚାରପତି ମାମଲାର ଶୁଣାଣି କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.