ପାର୍ଲାମେଣ୍ଟରେ ଛାଇଗଲା ସମ୍ବଲପୁରୀ ମାସ୍କ, ସମସ୍ତ ସାଂସଦଙ୍କୁ ଉପହାର ଭାବେ ଦେଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ

ଭୁବନେଶ୍ବର: ପାର୍ଲାମେଣ୍ଟରେ ଛାଇଗଲା ସମ୍ବଲପୁରୀ ମାସ୍କ । ଲୋକସଭା ସଦନରେ ସାଂସଦଙ୍କ ମୁହଁରେ ବରଗଡ଼ର ବୟନିକା ନିର୍ମିତ ସମ୍ବଲପୁରୀ ମାସ୍କ । ବରଗଡ଼ ସାଂସଦ ସୁରେଶ ପୂଜାରୀ ଏହି ସମ୍ବଲପୁରୀ ମାସ୍କକୁ ଉପହାର ଭାବେ ସାଂସଦ ମାନଙ୍କୁ ଦେଇଛନ୍ତି ।

ବରଗଡ଼ ଅଞ୍ଚଳର ପାରମ୍ପରିକ ହସ୍ତତନ୍ତ ସାମଗ୍ରୀକୁ ଭାରତର କୋଣ ଅନୁକୋଣରେ ପହଁଚାଇବା ଲକ୍ଷ୍ୟରେ ଏହି ମାସ୍କ ଉପହାର ଦିଆଯାଇଛି । ମହିଳା ସାଂସଦ ସୁପ୍ରିୟା ସୁଲେ, ଅନୁପ୍ରିୟା ପଟେଲ, ମହୁଆ ମିତ୍ର ଏହି ସମ୍ବଲପୁରୀ ମାସ୍କ ପିନ୍ଧିଛନ୍ତି । ବୟନିକା ନିର୍ଦ୍ଦେଶକ ସଞ୍ଜୟ ମେହେର ଏସବୁ ମାସ୍କକୁ ଉପହାରେ ଭାବେ ଦେଇଛନ୍ତି ।