ପିଆଜ ରପ୍ତାନୀ ଉପରେ ବ୍ୟାନ୍ ଲଗାଇଲେ କେନ୍ଦ୍ର ସରକାର, DGFT ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ନୂଆଦିଲ୍ଲୀ: ପିଆଜ ରପ୍ତାନୀ ଉପରେ ବ୍ୟାନ । ସମସ୍ତ ପ୍ରକାର ପିଆଜ ରପ୍ତାନୀ ଉପରେ ବ୍ୟାନ୍‌ ଲଗାଇଛନ୍ତି କେନ୍ଦ୍ର ସରକାର । ଖାଉଟି ବଜାରରେ ପିଆଜର ଲପଲବ୍‌ଧ ବଢାଇବା ଓ ମୂଲ୍ୟ ନିୟନ୍ତ୍ରଣ ଲକ୍ଷ୍ୟରେ ରପ୍ତାନୀ ଉପରେ କଟକଣା ଲାଗିଛି ।

ଏ ନେଇ ଡାଇରେକ୍ଟର ଜେନେରାଲ ଅଫ୍‌ ଫରେନ୍‌ ଟ୍ରେଡ୍‌ – DGFT ବିଜ୍ଞପ୍ତି ପ୍ରକାଶ କରିଛନ୍ତି । DGFT ବାଣିଜ୍ୟ ମନ୍ତ୍ରଣାଳୟର ଏକ ବିଭାଗ ଯାହା ଆମଦାନୀ ରପ୍ତାନୀ କଥା ବୁଝିଥାଏ । ଦିଲ୍ଲୀରେ ପିଆଜ କିଲୋପ୍ରତି ୪୦ ଟଙ୍କାରେ ବିକ୍ରି ହେଉଛି । ପିଆଜ ଦର ବଢିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.