ଭୁବନେଶ୍ୱରରେ ପହଞ୍ଚିଲା ସ୍ୱିଗି ଡେଲିଭରି ବୟ ପତିତପାବନ, ଧଉଳି ଥାନାରେ କରାଯିବ ପଚରାଉଚରା

ଭୁବନେଶ୍ୱର(କେନ୍ଯୁଜ୍): ଅପହରଣ ନାଟକ ଶେଷ। ଭୁବନେଶ୍ୱରରେ ପହଞ୍ଚିଲା ସ୍ୱିଗି ଡେଲିଭରି ବୟ । ପତିତପାବନ ପୃଷ୍ଟି ଓରଫ ଚିକୁନ୍‌ ଓ ଯୁବତୀକୁ ଉତ୍କଳ ଏକ୍ସପ୍ରେସରେ ଓଡ଼ିଶା ଆଣିଲା ଭୁବନେଶ୍ୱର କମିଶନରେଟ୍‌ ପୋଲିସର ଏକ ୪ ଜଣିଆ ସ୍ୱତନ୍ତ୍ର ଟିମ୍‌। ଦୁଇ ଜଣଙ୍କୁ ଧଉଳି ଥାନାକୁ ନିଆଯାଇ ପଚରାଉଚରା କରୁଛି ପୋଲିସ।

ଚିକୁନଙ୍କ ବାପା, ମାଆ, ଭାଇ ଓ ପତ୍ନୀ ଅହଲ୍ୟା ଧଉଳି ଥାନାରେ ପହଞ୍ଚିଛନ୍ତି। ପତ୍ନୀ ଅହଲ୍ୟାଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିପାରେ। ଏପଟେ ଏମାନଙ୍କୁ ଓଡ଼ିଶା ବାହରକୁ ଖସିବାରେ ସହଯୋଗ କରିଥିବା ଯୁବତୀଙ୍କୁ ଗୋପ ଥାନାରା ଅଟକ ରଖି ଜେରା କରାଯାଉଛି। ନିଜେ ଅପହରଣ ନାଟକ ନିଜେ ରଚିଥିଲା ଡେଲିଭରୀ ବୟ ପତିତପାବନ ପୃଷ୍ଟି । ବର୍ଷକ ତଳେ ପ୍ରେମ ବିବାହ କରିଥିବା ଚିକୁନ ଗୋପ ଅଞ୍ଚଳର ଜଣେ ପ୍ରେମିକା ସହ ଫେରାର ହୋଇଯାଇଥିଲା । ହେଲେ ଟ୍ରେନ ରିଜରଭେସନ ଟିକେଟ ଧରା ପକାଇଦେଲା ।

ଗତ ଶନିବାର ଭୁବନେଶ୍ୱର ଲିଙ୍ଗିପୁରରୁ ସ୍ୱିଗି ଡେଲଭରୀ ବୟ ପତିତପାବନ ପୃଷ୍ଟିଙ୍କୁ ଅପହରଣ ନେଇ ଧଉଳି ଥାନାରେ ଅଭିଯୋଗ ହୋଇଥିଲା । ଅପହରଣ ସଂପର୍କରେ ଘଟଣାଦିନ ରାତିରେ ପତିତପାବନ ତାଙ୍କ ପତ୍ନୀଙ୍କ ମୋବାଇଲ ଫୋନକୁ ଏକ ଭଏସ ମେସେଜରେ ଜଣାଇଥିଲେ । ଦୟା ନଦୀ ବନ୍ଧ ଉପରୁ ପତିତପାବନଙ୍କ ବ୍ୟାଗ, ମନିପର୍ସ ଓ ଚପଲ ମିଳିଥିଲା। ଘଟଣାସ୍ଥଳରୁ ମିଳିଥିଲା ଏକ ନୂଆ ଛୁରୀ । ହେଲେ ପତିତପାବନଙ୍କ ସବୁ ଚାଲ୍‌ ଫେଲ ମାରିଛି । ପ୍ରେମିକା ସହ ଫେରାର ପାଇଁ ଅପହରଣ ନାଟକ ରଚିଥିଲା ସ୍ୱିଗି ବୟ। ସୋମବାର ମଧ୍ୟପ୍ରଦେଶ କଟନୀ ଷ୍ଟେସନରେ ତାକୁ ଅଟକ ରଖିଥିଲା ଜିଆରପି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.