ପୁଣି ଥରେ ରାଜରାସ୍ତାରେ ୫୦ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଅଧ୍ୟାପକ, ମାଷ୍ଟରକ୍ୟାଣ୍ଟିନରୁ ଲୋୟର ପିଏମଜି ପର୍ଯ୍ୟନ୍ତ ରାଲି

ଭୁବନେଶ୍ବର (କେନ୍ୟୁଜ୍) : ପୁଣି ରାଜଧାନୀ ରାଜରାସ୍ତାରେ ଶିକ୍ଷକ ଓ ଅଧ୍ୟାପକ। ରାଜ୍ୟ ସରକାରଙ୍କ ଉଦାସୀନତା ଅଭିଯୋଗରେ ଓଡ଼ିଶା ସ୍କୁଲ କଲେଦ ଅଧ୍ୟାପକ ଓ ଶିକ୍ଷାକ ସଂଘ ବିଶାଳ ରାଲିରେ କରିଛନ୍ତି। ଏଥିରେ ୫୦ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଅଧ୍ୟାପକ ସାମିଲ ହୋଇଛନ୍ତି। ରାଲି ମାଷ୍ଟରକ୍ୟାଣ୍ଟିନରୁ ବାହାରି ଲୋୟର ପିଏମଜି ପର୍ଯ୍ୟନ୍ତ ଯାଇଥିଲା। ରାଜ୍ୟ ସରକାର ବ୍ଲକଗ୍ରାଣ୍ଟ ପ୍ରଥା ଉଚ୍ଛେଦ କରିଥିଲେ ମଧ୍ୟ ସେମାନଙ୍କ ପାଇଁ କୌଣସି ଚାକିରି ସର୍ତ୍ତାବଳୀ ଓ ଅବସରକାଳୀନ ସୁବିଧା ବର୍ତ୍ତମାନ ସୁଦ୍ଧା ଘୋଷଣା କରିନାଁହାନ୍ତି । ଏହା ସହ ପୂର୍ଣ୍ଣ ଅନୁଦାନ ଦାବି କରିଛି ସଂଘ। ସପ୍ତମ ବେତନ କମିସନ ଲାଗୁ ନେଇ ସରକାର ପ୍ରତିଶ୍ରୁତି ପାଳନ କରିନାହାନ୍ତି। ଏହାର ପ୍ରତିବାଦରେ ହଜାର ହଜାର ଶିକ୍ଷକ ଓ ଅଧ୍ୟାପକ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.