ଆଜିଠୁ ଖସିବ, ୨୪ରୁ ବଢ଼ିବ: ଆସନ୍ତା ୨ଦିନ ରାଜ୍ୟରେ ତାପମାତ୍ରା ସାମାନ୍ୟ କମିବ, ଅନେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ବର(କେନ୍ୟୁଜ୍): ଅସହ୍ୟ ତାତିରୁ ମିଳିପାରେ ସାମାନ୍ୟ ଆଶ୍ୱସ୍ତି । ଆସନ୍ତା ଦୁଇଦିନ ରାଜ୍ୟରେ ତାପମାତ୍ରା ସାମାନ୍ୟ କମିବ । ଅନେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ । ପୁଣି ୨୪ରୁ ବଢିବ ତାତି ।

ଗତକାଲି ସୋନପୁରରେ ତାପମାତ୍ରା ୪୪ ଦଶମିକ ୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ସୋନପୁର ରାଜ୍ୟର ସବୁଠୁ ତତଲା ସହର ପାଲଟିଛି । ୬ଟି ସ୍ଥାନରେ ୪୩ ଡିଗ୍ରୀ ପାର କରିଛି ପାରଦ । ୧୯ଟି ସହରରେ ୪୦ ଡିଗ୍ରୀ ଉପରେ ଥିଲା ପାରଦ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.