ଢ଼େଙ୍କାନାଳ ମନ୍ଦିରରୁ ଚୋରି : ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ

ଢ଼େଙ୍କାନାଳ : ମନ୍ଦିରରୁ ଚୋରି। ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ ଅଭିଯୋଗ। କାମାକ୍ଷାନଗର ଥାନା ମାଳପୁରା ରାମ ମନ୍ଦିରରୁ ଚୋରି କରିବା ସହ ମନ୍ଦିର ହୁଣ୍ଡି ଭାଙ୍ଗିଦେଇଛନ୍ତି ଦୁର୍ବୁତ୍ତ। ଗତକାଲି ବିଳମ୍ବିତ ରାତିରେ ହୋଇଛି ଏହି ଲୁଟ। ଦୁର୍ବୁତ୍ତ ମାନେ ଚୋରି କରିବା ସହ ମନ୍ଦିରରେ ଲାଗିଥିବା ସିସିଟିଭିର ହାର୍ଡ ଡିକ୍ସକୁ ମଧ୍ୟ ନେଇ ଯାଇଛନ୍ତି।

hundiତାସହ ଲୁଟ ପାଇଁ ବ୍ୟବହାର ହୋଇଥିବା ଏକ ଶାବଳ ଓ ଖାଲି ହୁଣ୍ଡି ମନ୍ଦିର ବାହାରେ ଛାଡିଯାଇଛନ୍ତି। ଅଭିଯୋଗ ପାଇ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରୁଛି ପୋଲିସ। ସାଇଣ୍ଟିଫିକ ଟିମ ତଦନ୍ତ ପରେ ସୁରାକ ବା ଲିଡ୍ ମିଳିବା ନେଇ ଆଶା ରଖିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.