କୋଭିଡ୍ ଆକ୍ରାନ୍ତଙ୍କ ଶବ ଦାହକୁ ନେଇ ଉତ୍ତେଜନା, ଗାଁ ଶ୍ମଶାନରେ ନପୋଡିବାକୁ ସାହି ବାସିନ୍ଦାଙ୍କ ଦାବି

କରଞ୍ଜିଆ: କୋଭିଡ ଆକ୍ରାନ୍ତଙ୍କ ଶବ ଦାହକୁ ନେଇ ଉତ୍ତେଜନା । କରଞ୍ଜିଆ ୧୩ନଂ ୱାର୍ଡ ଶ୍ମଶାନରେ ଦେଖାଦେଇଛି ଏହିଭଳି ଅଭାବନୀୟ ଘଟଣା। ମିଳିଥିବା ସୂଚନା ଅନୁଯାୟୀ ତାଟୋ କୋଭିଡ କେୟାରରେ ଜୈନିକ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ସ୍ଥାନୀୟ ପ୍ରଶାସନ ସମ୍ପୃକ୍ତ ମୃତଦେହକୁ କରଞ୍ଜିଆ ଏନଏସି ଅନ୍ତର୍ଗତ ୧୩ନୱାର୍ଡରେ ଥିବା ଶ୍ମଶାନରେ ଦାହ କରିବାକୁ ଆଣିଥିଲା। ଯାହାକୁ ନେଇ ବିରୋଧ କରିଛନ୍ତି ଏନଏସି ଅଞ୍ଚଳ ବାସିନ୍ଦା।

ସାହିର ଶତାଧିକ ଲୋକ ଏକଜୁଟ ହୋଇ ଏହାକୁ ବିରୋଧ କରିବା ସହିତ ଏଠାରୁ ଶବକୁ ତୁରନ୍ତ ଅନତ୍ର ନେବା ପାଇଁ ଦାବି କରିଛନ୍ତି ସାହି ବାସିନ୍ଦା । ଅନ୍ୟପଟେ ପ୍ରଶାସନ ଲୋକଙ୍କ ସହିତ ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିବା ବେଳେ ଲୋକେ ନିଜ ଜିଦରେ ଅଟଳ। ତେବେ ଏପରି ପରିସ୍ଥିତିରେ ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.