କରୋନାରେ ବିରୋଧୀ ଦଳ ନେତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର: ଭୁବନେଶ୍ୱର ଏମସ୍‌ରେ ଭେଣ୍ଟିଲେଟରରେ ପ୍ରଦୀପ୍ତ ନାଏକ

ଭୁବନେଶ୍ବର: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । ସେ କରୋନାରେ ସଂକ୍ରମିତ ହେବା ପରେ ଏମସ୍‌ରେ ଭର୍ତ୍ତି ହୋଇଛନ୍ତି । ଗତ ଏପ୍ରିଲ ୧୯ ତାରିଖରେ ସେ କୋଭିଡ ସଂକ୍ରମିତ ହୋଇଥିଲେ । ଏହାର ୫ ଦିନ ପରେ ତାଙ୍କୁ ଏମସ୍‌ରେ ଭର୍ତ୍ତି କରାଯାଇଥିଲା । କିଛି ଦିନ ସ୍ଥିର ରହିବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ଆରମ୍ଭ କରିଥିଲା । ଶେଷରେ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି ।

ପ୍ରଦୀପ୍ତଙ୍କ ପରବର୍ତ୍ତୀ ଚିକିତ୍ସା ନେଇ ଦିଲ୍ଲୀ ଏମସ୍‌ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ଡାକ୍ତରୀ ଟିମ୍‌ । ପ୍ରଦୀପ୍ତ ନାଏକଙ୍କ ଅମ୍ଳଜାନ ସ୍ତର ରକ୍ତଚାପ କ୍ରମାଗତ ହ୍ରାସ ପାଇବା ପରେ ତାଙ୍କୁ ଜୀବନ ରକ୍ଷାକରୀ ପ୍ରଣାଳୀରେ ରଖାଯାଇଛି । କିପରି ଉତ୍ତମ ଚିକିତ୍ସା ସେବା ଯୋଗାଇ ଦିଆଯାଇପାରିବ, ସେନେଇ ଗୁରୁତ୍ୱ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.