ଜଳିଗଲା ଝାରସୁଗୁଡ଼ା ମରକୁଟା ଠାରେ ଥିବା ନୀଳକଣ୍ଠ ଟେଣ୍ଟ ହାଉସ୍‌, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପାଉଁଶ

ଝାରସୁଗୁଡ଼ା: ଜଳିଗଲା ଟେଣ୍ଟ ହାଉସ୍‌। ହୁତୁ ହୁତୁ ହୋଇ ଜଳିଲା ନିଆଁ। ଭୟାବହ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଟେଣ୍ଟ ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି।

ଝାରସୁଗୁଡ଼ା ବିଟିଏମ୍‌ ପାଣ୍ଡି ଅନ୍ତର୍ଗତ ମରକୁଟା ଠାରେ ଥିବା ନୀଳକଣ୍ଠ ଟେଣ୍ଟ ହାଉସ୍‌ରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା। ଖବର ପାଇ ୪ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡିନାହିଁ ।

Leave A Reply

Your email address will not be published.