୧୨ ରୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା

ଭୁବନେଶ୍ୱର (କେନ୍ୟୁଜ୍‌) : ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା। ଏଥିପାଇଁ SAMS ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ । ନାମଲେଖା ପରେ UGC ଗାଇଡଲାଇନ୍‌ ମୁତାବକ ପାଠପଢା ଆରମ୍ଭ ହେବ। ଏପଟେ ଯୁକ୍ତ ୨ କଲେଜରେ ବଢିଲା ୫୪ ହଜାର ୯ଶହ ସିଟ୍‌। ରାଜ୍ୟର ମୋଟ ୮ଶହ ଜୁନିୟର କଲେଜରେ ଆସନ ବୃଦ୍ଧି ପାଇଁ ଅନୁମତି ପ୍ରଦାନ କରାଯାଇଛି । ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସିଟ୍‌ ବୃଦ୍ଧି କରିଛନ୍ତି ସରକାର ।

ଅନ୍ୟପଟେ ଆସନ ବୃଦ୍ଧି ହୋଇଥିଲେ ମଧ୍ୟ କୌଣସି ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ନାମଲେଖା ଫି’ ବଢାଇ ପାରିବେନି । ଗତବର୍ଷ ଯାହା ଫି’ ଥିଲା, ଚଳିତ ବର୍ଷ ତାହା ସମାନ ରହିବ । ବିଜ୍ଞାନ ପାଠ୍ୟକ୍ରମରେ ୧୩ ହଜାର ସିଟ୍‌, ବାଣିଜ୍ୟରେ ୩ ହଜାର ୯୦୦, କଳା ପାଠ୍ୟକ୍ରମରେ ସର୍ବାଧିକ ୩୮ ହଜାର ସିଟ୍‌ ବୃଦ୍ଧି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.