ଏ ହେଉଛି ଦୁନିଆର ସବୁଠାରୁ ଛୋଟ 4G ସ୍ମାର୍ଟଫୋନ, ସାଇଜରେ କ୍ରେଡିଟ୍‌ କାର୍ଡ ଭଳି, ଜାଣନ୍ତୁ କ’ଣ ରହିଛି ଫିଚର୍ସ

ଚାଇନା OEM Mony ନିକଟରେ ଏକ ନୂଆ ସ୍ମାର୍ଟଫୋନ Mony Mint ଲଞ୍ଚ୍‌ କରିଛି। କମ୍ପାନୀର ଦାବି ମୁତାବକ, ଏହା ହେଉଛି ଦୁନିଆର ସବୁଠାରୁ ଛୋଟ 4G ସ୍ମାର୍ଟଫୋନ। ଏହି ସ୍ମାର୍ଟଫୋନରେ ୩ ଇଞ୍ଚର ଡିସ୍‌ପ୍ଲେ ଦିଆଯାଇଛି, ଯାହାକି Palm Phoneଠାରୁ ବି ଛୋଟ। Palm Phone ୩.୩ ଇଞ୍ଚ ଡିସ୍‌ପ୍ଲେ ସହିତ ଆସୁଛି। ଏହାର ଆକାର ପାଖାପାଖି କ୍ରେଡିଟ୍‌ କାର୍ଡ ଭଳି।

Mony Mintର ଦାମ୍‌ ୧୧,୧୩୧ ଟଙ୍କା ରଖାଯାଇଛି। ବର୍ତ୍ତମାନ କ୍ରାଉଡ୍‌ଫଣ୍ଡିଙ୍ଗ୍‌ େଓ୍ଵବ୍‌ସାଇଟ Indiegogoରେ ଏହାକୁ ସୁପର ଅର୍ଲି ବର୍ଡ ଅଫର ଅଧୀନରେ ପାଖାପାଖି ୭,୪୨୧ ଟଙ୍କାରେ ଅଫର କରାଯାଉଛି। ଡିଭାଇସ୍‌ର ଶପିଂ ଚଳିତବର୍ଷ ନଭେମ୍ବରରୁ ଆରମ୍ଭ କରାଯିବ। ଏହାକୁ ବ୍ଲୁ ଏବଂ ବ୍ଲାକ୍‌ ଦୁଇଟି କଲର ଅପଶନରେ ଅଣାଯାଇଛି।

Mony Mintରେ ଡୁଆଲ-ସିମ୍‌ ସପୋର୍ଟ ଦିଆଯାଇଛି। ଏଥିରେ 854×450 ରିଜୋଲ୍ୟୁଶନ ସହିତ ୩-ଇଞ୍ଚ ଡିସ୍‌ପ୍ଲେ ମହଜୁଦ ଅଛି। ଡିଭାଇସ୍‌ରେ 3GB ର‍୍ୟାମ୍‌ ସହିତ 1.5GHz କ୍ୱାଡ୍‌-କୋର୍‌ ପ୍ରୋସେସର ଦିଆଯାଇଛି। ଏହାର ଇଣ୍ଟରନାଲ ମେମୋରୀ 64GB ରହିଛି, ଯାହାକୁ କାର୍ଡ ସାହାଯ୍ୟରେ 128GB ପର୍ଯ୍ୟନ୍ତ ବଢ଼ାଯାଇ ପାରିବ। ୟୁଜର୍ସଙ୍କୁ ଏଠାରେ କିଛି ମେଜର ଆପ୍ସ ପ୍ରୀ-ଇନ୍‌ଷ୍ଟାଲଡ ମିଳିବ। ଏଥିରେ GPS ଏବଂ ଗୁଗଲ ପ୍ଲେ ଷ୍ଟୋର ବି ମିଳିବ।

smartphone
photo credit: aajtak

ଦାବି ମୁତାବକ, ସିଙ୍ଗଲ ଚାର୍ଜରେ ୟୁଜର୍ସଙ୍କୁ ଏଥିରେ ୭୨ ଘଣ୍ଟା ପର୍ଯ୍ୟନ୍ତ ବ୍ୟାଟେରୀ ମିଳିବ। ଚାର୍ଜିଂ ପାଇଁ USB Type-C ପୋର୍ଟର ସପୋର୍ଟ ମହଜୁଦ ରହିଛି। ଫଟୋଗ୍ରାଫି ପାଇଁ ଏହାର ରିୟରରେ 5MP କ୍ୟାମେରା ଏବଂ ଫ୍ରଣ୍ଟରେ 2MPର କ୍ୟାମେରା ସେଲ୍ଫି ପାଇଁ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.