କେନାଲରୁ ମିଳିଲା ନବଜାତକ ଶିଶୁପୁତ୍ରର ମୃତଦେହ, କେହି ଫିଙ୍ଗିଦେଇଥିବା ଅନୁମାନ

ଉଦଳା (କେନ୍ୟୁଜ): କେନାଲରୁ ନବ ଜାତକ ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଛି । ଭଳି ଘଟଣା ଦେଖିବାକୁ ମିଳିଛି ଉଦଳା ଥାନା ଭୀମତାଳି ଗ୍ରାମରେ । ଭୀମତାଳି ଗ୍ରାମ ନିକଟରେ ଥିବା କେନାଲରେ ଜଣେ ଶିଶୁପୁତ୍ରର ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରେ ଏ ନେଇ ଉଦଳା ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି କେନାଲରୁ ଶିଶୁପୁତ୍ରର ମୃତଦେହ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ କିଏ ଏବଂ କଣ ପାଇଁ ନବ ଜାତକ ଶିଶୁ ପୁତ୍ରକୁ କେନାଲରେ ଫୋପାଡ଼ି ଦେଇଛି ତାହା ଜଣା ପଡି ନ ଥିବା ବେଳେ ପୋଲିସ ତଦନ୍ତ ପରେ ପୁରା ଘଟଣା ସ୍ପଷ୍ଟ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.