ପିଏମ କିସାନ ସ୍କିମରେ ଟଙ୍କା ଆସିବା ପୂର୍ବରୁ ଆସିଲା ବଡ ଅପଡେଟ୍‌, ତୁରନ୍ତ କରନ୍ତୁ ଚେକ୍‌, ନଚେତ ମିଳିବନି ଟଙ୍କା

ଯଦି ଆପଣ ପିଏମ୍‌ କିସାନ ନିଧି ଯୋଜନାରେ ରେଜିଷ୍ଟ୍ରେସନ୍‌ କରିଛନ୍ତି ତ ଆପଣଙ୍କ ପାଇଁ ଆସିଗଲା ବଡ଼ ଭଲ ଖବର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର କୋଟି କୋଟି କୃଷକଙ୍କ ଖାତାକୁ ଟଙ୍କା ଟ୍ରାନ୍ସଫର ହେବାକୁ ଯାଉଛି । ସରକାର ଖୁବ୍‌ ଶୀଘ୍ର କୃଷକଙ୍କ ଖାତାକୁ ୧୨ ତମ କିସ୍ତିର ଟଙ୍କା ଟ୍ରାନ୍ସଫର କରିବାକୁ ଯାଉଛନ୍ତି । ସରକାର ଅଗଷ୍ଟରୁ ନଭେମ୍ବର ମଧ୍ୟରେ ଏହି କିସ୍ତୀର ଟଙ୍କା ଟ୍ରାନ୍ସଫର କରିବେ । ଗତ ବର୍ଷ ୯ ଅଗଷ୍ଟକୁ କୃଷକଙ୍କ ଖାତାକୁ ଏହି ଟ୍ରାନ୍ସଫର ହୋଇଥିଲା ।

ପ୍ରଥମେ ଚେକ୍‌ କରନ୍ତୁ ତାଲିକା

ମିଡିଆ ରିପୋର୍ଟ ଅନୁଯାୟୀ, କେନ୍ଦ୍ରସରକାର ସୋମବାର ଅର୍ଥାତ ୫ ସେପ୍ଟେମ୍ବରକୁ ଆପଣଙ୍କ ଖାତାକୁ ୨୦୦୦ ଟଙ୍କା ଟ୍ରାନ୍ସଫର କରି ପାରନ୍ତି । ଆପଣ ଏହା ପୂର୍ବରୁ ତାଲିକାରେ ଆପଣଙ୍କ ନାମ ଚେକ କରିଦିଅନ୍ତୁ । ଆପଣଙ୍କ ଖାତାକୁ ୧୨ ତମ କିସ୍ତୀର ଟଙ୍କା ଟ୍ରାନ୍ସଫର ହେବ କି ନାହିଁ ।

ଚେକ୍‌ କରନ୍ତୁ ଆପଣଙ୍କ କିସ୍ତୀର ଷ୍ଟାଟସ

ଆପଣ ସର୍ବ ପ୍ରଥମେ ଅଫିସିଆଲ େଓ୍ଵବସାଇଟ୍‌  https://pmkisan.gov.in/  ଖୋଲନ୍ତୁ । ଏହା ପରେ ଆପଣଙ୍କୁ ଡାହାଣ ପାର୍ଶ୍ୱରେ  ‘Farmers Corner ’  ଅପସନ୍‌ ଦେଖାଯିବ । ଏହାପରେ ଆପଣଙ୍କୁ  ‘ Beneficiary Status’  ଉପରେ କ୍ଲିକ କରିବାକୁ ହେବ । ଏଠାରେ ଏକ ନୂଆ ପେଜ ଖୋଲିବ । ଏବେ ଆପଣ ଆପଣଙ୍କ ଆଧାର ନମ୍ବର ଓ ବ୍ୟାଙ୍କ ଆକାଉଣ୍ଟ ମଧ୍ୟରୁ କୌଣସି ଗୋଟିଏକୁ ସିଲେକ୍ଟ କରନ୍ତୁ । ଏହି ୨ ଅପସନରୁ କୌଣସି ଗୋଟିଏ ଜରିଆରେ ଜାଣିପାରିବେ ଆପଣଙ୍କ ଖାତାକୁ ଟଙ୍କା ଆସିବ କି ନାହିଁ ।

ବର୍ଷକୁ ମିଳିଥାଏ ୬ ହଜାର ଟଙ୍କା

ପିଏମ କିସାନ ସ୍କିମରେ ସରକାରଙ୍କ ତରଫରୁ କୃଷକଙ୍କୁ ବାର୍ଷିକ ୬୦୦୦ ଟଙ୍କା ମିଳିଥାଏ । ଏହି ଟଙ୍କାକୁ ସରକାର ୩ କିସ୍ତୀରେ ଟ୍ରାନ୍ସଫର କରିଥାନ୍ତି । ଦେଶର କୋଟି କୋଟି କୃଷକଙ୍କୁ ଏହି ସ୍କିମ୍‌ ଜରିଆରେ ଟଙ୍କା ଦିଆଯାଉଛି । ଅଗଷ୍ଟରୁ ନଭେମ୍ବର ୨୦୨୧ ମଧ୍ୟରେ ୯ମ କିସ୍ତୀ ଟଙ୍କା ୧୧.୧୯ କୋଟି ଲୋକଙ୍କୁ ମିଳିଥିଲା । ଡିସେମ୍ବର ୨୦୨୧ ର ମାର୍ଚ୍ଚ ୨୦୨୨ ମଧ୍ୟରେ ମିଳିବାକୁ ଥିବା ୧୦ମ କିସ୍ତୀ ପ୍ରାୟ ୧୧.୧୫ କୋଟି କୃଷକଙ୍କୁ ମିଳିଥିଲା । ଏବେ ୧୧ଶ କିସ୍ତୀଙ୍କ ସଂଖ୍ୟା ୧୦.୯୨ କୋଟି କୁ ଖସି ଆସିଛି । ଜଲଦି ଚେକ କରନ୍ତୁ ଆପଣଙ୍କ ନାମ ଏଥିରେ ଅଛି କି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.