ଭଡାଘରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଭଡାଘରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର। ଯାଜପୁର ରୋଡ଼ ଥାନା ନହକା ତେନ୍ତୁଲି ଖୁଣ୍ଟା ରାସ୍ତା କଡ଼ରେ ଥିବା ଏକ ଭଡାଘରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ଯାଜପୁର (କେନ୍ୟୁଜ): ଭଡାଘରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର। ଯାଜପୁର ରୋଡ଼ ଥାନା ନହକା ତେନ୍ତୁଲି ଖୁଣ୍ଟା ରାସ୍ତା କଡ଼ରେ ଥିବା ଏକ ଭଡାଘରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ସୂଚନା ଅନୁଯାୟୀ ତାହାରପୁର ଅଞ୍ଚଳର ରାକେଶ କବିଙ୍କ ଭାଇ ଅନେକ ଦିନ ହେବ ନହକା ତେନ୍ତୁଳି ଖୁଣ୍ଟା ରାସ୍ତା କଡରେ ଥିବା ଏକ ଘରେ ଭଡାରେ ରହୁଥିଲେ l ଆଜି ସଖାଳୁ ରାକେଶ ତାଙ୍କ ଭାଇଙ୍କ ଘରକୁ ଆସିଥିଲେ। ଏହି ସମୟରେ ରାକେଶଙ୍କ ଭାଇ ତାଙ୍କ ପୁଅକୁ ନେଇ ସ୍କୁଲ ଛାଡିବାକୁ ଯାଇଥିଲେ । ସ୍କୁଲରୁ ଫେରି ଭାଇକୁ ଦେଖନ୍ତି ତ ତାଙ୍କ ଶୋଇବା ଘର ଫ୍ୟାନରେ ଗାମୁଛାରେ ଲଗାଇ ଝୁଲି ପଡିଛନ୍ତି। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଯାଜପୁର ରୋଡ଼ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଯାଜପୁର ରୋଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.