ଗୁରୁଦାସପୁର ବ୍ରିଜ ନିକଟରୁ ଯୁବକର ମୃତଦେହ ଉଦ୍ଧାର

ଜଳେଶ୍ୱର (କେନ୍ୟୁଜ): ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀର ଗୁରୁଦାସପୁର ବ୍ରିଜ ନିକଟରୁ ଯୁବକର ମୃତ ଦେହ ଉଦ୍ଧାର। ମୃତ ଯୁବକ ଜଣକ ଜଳେଶ୍ବର ଥାନା ଅନ୍ତର୍ଗତ ଗୋବରଘାଟା ଗ୍ରାମର ହେମନ୍ତ ସିଂ ବୋଲି ଜଣା ପଡିଛି।

ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଧିନସ୍ଥ ଗୋବରଘଟା ଗ୍ରାମର ହେମନ୍ତ ସିଂ ଗତ କାଲି ଅପରାହ୍ନ ସମୟରେ ତାଙ୍କ ସ୍ତ୍ରୀ ଓ ପୁଅଙ୍କ ସହିତ ନଦୀକୁ ଗାଧେଇବା ପାଇଁ ଯାଇଥିଲା ବେଳେ ଗଣ୍ଡରେ ବୁଡି ଯାଇଥିଲେ। ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ପାଇନଥିଲେ । ତେବେ ଆଜି ସୁବର୍ଣ୍ଣରେଖା ନଦୀରେ ଶବ ଭାସୁଥିବାର ଦେଖି ଗ୍ରାମବାସୀ ମାନେ ଜଳେଶ୍ୱର ଅଗ୍ନିଶମ ଵିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ପହଞ୍ଚି ନଦୀରୁ ଶବଟିକୁ ଉଦ୍ଧାର କରିଥିଲେ। ଖବର ପାଇ ଘଟଣା ସ୍ଥଳରେ ଜଳେଶ୍ୱର ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖିଛି।