ଅର୍ଜୁନଙ୍କୁ କୌଣସି ମ୍ୟାଚ ଖେଳିବାକୁ ସୁଯୋଗ ନ ମିଳିବାରୁ ସାରା କଲେ ଏମିତି ପୋଷ୍ଟ, ଭାଇରଲ ହେଉଛି ଷ୍ଟାଟସ

ଚଳିତ ଆଇପିଏଲ୍‌ ସିଜିନ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ପାଇଁ ଅଶୁଭ ରହିଥିଲା। ୫ ଥର ଟାଇଟଲ ହାସଲ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ଚଳିତଥର ନିଜର ସ୍ଥାନ ଆଇପିଏଲରେ ପକ୍କା କରିପାରିନଥିଲା। ଚଳିତ ଆଇପିଏଲ୍‌ରେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଡେବ୍ୟୁ କରିଥିଲେ। କିନ୍ତୁ କୌଣସି ମ୍ୟାଚରେ ତାଙ୍କୁ ଖେଳିବା ପାଇଁ ସୁଯୋଗ ମିଳିନଥିବାରୁ ଭଉଣୀ ସାରା ତେନ୍ଦୁଲକରଙ୍କ ପୋଷ୍ଟ ଭାଇରଲ ହେବାରେ ଲାଗିଛି।

ଅର୍ଜୁନଙ୍କ ଖେଳିବା ନେଇ ଫ୍ୟାନ୍ସ ଅନେକ ଆଶା କରିଥିଲେ । କିନ୍ତୁ କୌଣସି ମ୍ୟାଚରେ ଅର୍ଜୁନ ଖେଳିନଥିବାରୁ ସଚିନଙ୍କ ଠାରୁ ଆରମ୍ଭ କରି ଅର୍ଜୁନଙ୍କ ଫ୍ୟାନ୍ସ ପର୍ଯ୍ୟନ୍ତ ନିରାଶ ରହିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ଅଜୁର୍ନଙ୍କୁ ୩୦ ଲକ୍ଷ ଟଙ୍କାରେ କିଣିଥିଲା। ଏହା ମଧ୍ୟରେ ଭାଇ ଅର୍ଜୁନଙ୍କୁ ନେଇ ସାରା ତେନ୍ଦୁଲକରଙ୍କ ଏକ ପୋଷ୍ଟ ଭାଇରଲ ହେବାରେ ଲାଗିଛି। ଯାହାକୁ ସାରା ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।

 

View this post on Instagram

 

A post shared by Sara Tendulkar (@saratendulkar)

ସାରା ନିଜ ଇନଷ୍ଟା ଷ୍ଟୋରୀରେ ଅର୍ଜୁନଙ୍କ ଏକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ଅର୍ଜୁନ ବାଉଣ୍ଡରୀ ଲାଇନ ପାଖରେ ଠିଆ ହୋଇଥିବା ନଜର ଆସିଛନ୍ତି। ଆଉ ଏହାର ବ୍ୟାକଗ୍ରାଉଣ୍ଡରେ ଅପନା ଟାଇମ୍‌ ଆଏଗା’ ଗୀତ ବାଜୁଛି। ସାରାଙ୍କ ଏହି ଷ୍ଟାଟସ ଭାଇରଲ ହେବାରେ ଲାଗିଛି। ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଶେଷ ମ୍ୟାଚ ଖେଳିଥିଲା। ଯେଉଁଥିରେ ହାରିଥିଲା ମୁମ୍ବାଇ ଇଣ୍ଡିଆନ୍ସ ।