SCB ସଂପ୍ରସାରଣ ପାଇଁ ଚାଲିଛି ଉଚ୍ଛେଦ କାର୍ଯ୍ୟ, ୨ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ

କଟକ(କେନ୍ଯୁଜ):  ଏସସିବି ସଂପ୍ରସାରଣ ପାଇଁ ଚାଲିଛି ଉଚ୍ଛେଦ କାର୍ଯ୍ୟ । ଏସସିବି ପୁନଃ ନିର୍ମାଣ ଯୋଜନା ଅନ୍ତର୍ଗତ ବିକଳ୍ପ ରାସ୍ତା ନିର୍ମାଣ ନିମନ୍ତେ ରାଣୀ ହାଟ ଅଞ୍ଚଳରେ ଥିବା ୩୦ଟି ଦୋକାନ ଘର ଉଚ୍ଛେଦ କରାଯାଉଛି। ଏହା ସହ ହିନ୍ଦ ସିନେମା ହଲର ପୁରୁଣା କୋଠାକୁ ଭଙ୍ଗା ଯିବ। ଘଟଣାସ୍ଥଳରେ ୨ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ଅଛନ୍ତି।

କଟକ ଜିଲ୍ଲା ପ୍ରଶାସନ, କଟକ ମହାନଗର ନିଗମ ଓ କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ଚାଲିଛି ଉଚ୍ଛେଦ ପ୍ରକ୍ରିୟା। ତାଳଦଣ୍ଡା କେନାଲର ଦକ୍ଷିଣ ପ୍ଵାର୍ଶ ସଂପ୍ରସାରଣ କାର୍ଯ୍ୟକୁ ତ୍ୱରାନିତ କରାଯିବା ଫଳରେ ଅବାଧ ଯାତାୟାତ ଓ ଭିଡ଼ ନିୟନ୍ତ୍ରଣ କରାଯାଇପାରିବ। କଟକ SCBକୁ ମୁଖ୍ୟମନ୍ତ୍ରୀ ଏମ୍‌ସ ପ୍ଲସ ଘୋଷଣା ପରେ ସୁଚାରୁ ରୂପେ ସମସ୍ତ କାର୍ଯ୍ୟ ଚାଲିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.