‘ସମ୍ୱାଦ’ ଅଫିସରେ EOWର ଚଢାଉ, ୧୨ ଜଣିଆ ଟିମ୍ କରୁଛନ୍ତି ରେଡ୍

ଭୁବନେଶ୍ବର ସମ୍ବାଦ ଅଫିସରେ କ୍ରାଇମବ୍ରାଞ୍ଚ EOWର ଟିମ୍ । ଖବରକାଗଜ ଅଫିସରେ ୧୨ ଜଣିଆ ଟିମ୍ ପହଞ୍ଚିଛି । କର୍ମଚାରୀଙ୍କୁ ଋଣ ମାମଲାରେ ସମ୍ବାଦ ଖବରକାଗଜ ଅଫିସରେ ଯାଞ୍ଚ କରୁଛି ତଦନ୍ତକାରୀ ଟିମ୍ । ତେବେ ଏନେଇ ସମ୍ବାଦ କର୍ତୃପକ୍ଷ କି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁର ପ୍ରତିକ୍ରିୟା ମିଳିନାହିଁ ।

ଭୁବନେଶ୍ବର (କେନ୍ୟୁଜ):  ଭୁବନେଶ୍ବର ସମ୍ବାଦ ଅଫିସରେ କ୍ରାଇମବ୍ରାଞ୍ଚ EOWର ଟିମ୍ । ଖବରକାଗଜ ଅଫିସରେ ୧୨ ଜଣିଆ ଟିମ୍ ପହଞ୍ଚିଛି । କର୍ମଚାରୀଙ୍କୁ ଋଣ ମାମଲାରେ ସମ୍ବାଦ ଖବରକାଗଜ ଅଫିସରେ ଯାଞ୍ଚ କରୁଛି ତଦନ୍ତକାରୀ ଟିମ୍ । ତେବେ ଏନେଇ ସମ୍ବାଦ କର୍ତୃପକ୍ଷ କି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁର ପ୍ରତିକ୍ରିୟା ମିଳିନାହିଁ । ଋଣ ମାମଲାରେ ସମ୍ବାଦ HR ମୁଖ୍ୟ ବୈଜୟନ୍ତୀ କରଙ୍କୁ ହାଜର ପାଇଁ ପୂର୍ବରୁ ନୋଟିସ ହୋଇଥିଲା । ତେବେ ସେ ହାଜର ହୋଇ ନଥିଲେ ।

ଏହାପରେ ଭୁବନେଶ୍ବର ସମ୍ବାଦ ଅଫିସରେ ଯାଞ୍ଚ କରୁଛି ୧୨ ଜଣିଆ ଇଓଡବ୍ଲ୍ୟୁ ଟିମ୍ । ଏମାନଙ୍କ ଭିତରେ ଅଛନ୍ତି କ୍ରାଇମବ୍ରାଞ୍ଚର ୧୨ ଜଣ ଡିଏସପି, ୬ ଜଣ ଇନିସପେକ୍ଟର । ସମ୍ବାଦ ଖବରକାଗଜ କର୍ମଚାରୀଙ୍କ ନାଁରେ ଋଣ ଉଠେଇ ଠକେଇ କରିଥିବା ଅଭିଯୋଗ ହୋଇଛି । ଏନେଇ ଜଣେ ପୂର୍ବତନ କର୍ମଚାରୀ EOWରେ ଅଭିଯୋଗ କରିଥିଲେ । ସମ୍ବାଦର HR ମୁଖ୍ୟଙ୍କ ନାଁରେ ଅଭିଯୋଗ କରିଥିଲେ । ତାଙ୍କ ବିରୋଧରେ IPCର ଧାରା ୪୧୯, ୪୨୦, ୪୬୭, ୪୬୮ ଓ ୪୭୧ରେ ରୁଜୁ ହୋଇଛି ମାମଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.