ପଞ୍ଚାୟତ ପରେ ଏବେ ପୌର ନିର୍ବାଚନ: ଆଜି ଘୋଷଣା ହୋଇପାରେ ୩ ଦଳର ଚୂଡାନ୍ତ ପ୍ରାର୍ଥୀ ତାଲିକା ସହ ମେୟର ପ୍ରାର୍ଥୀଙ୍କ ନାମ

ଭୁବନେଶ୍ବର(କେନ୍ଯୁଜ୍): ପଞ୍ଚାୟତ ପରେ ଏବେ ପୌର ନିର୍ବାଚନ ଉପରେ ସମସ୍ତଙ୍କ ନଜର। ଚାଲିଛି ନାମାଙ୍କନ ପତ୍ର ଦାଖଲ। ପୌରାଞ୍ଚଳ ଭୋଟ ପାଇଁ ଜମୁଛି ଆଶାୟୀଙ୍କ ଭିଡ । ନେତାଙ୍କ ଘରେ ଜମୁଛି ଗହଳି।

ଆଜି ଆସିପାରେ ୩ ଦଳର ଚୂଡାନ୍ତ ପ୍ରାର୍ଥୀ ତାଲିକା। ସହର ହାତେଇବାକୁ ଅଣ୍ଟା ଭିଡିଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ । ଆଜି ତୃତୀୟ ଦିନରେ ୩ ପ୍ରମୁଖ ଦଳ ସେମାନଙ୍କ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ସହ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିବାର ସମ୍ଭାବନା ରହିଛି ।

ଚଳିତ ନିର୍ବାଚନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ରହିଥିବା ବେଳେ ବ୍ରହ୍ମପୁର ଏବଂ ଭୁବନେଶ୍ୱର ମହାନଗର ନିଗମର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଯାହାକୁ ନେଇ ମହିଳା ଆଶାୟୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.