ଅଟୋରେ ଯାଉଥିବା ବେଳେ ହଠାତ୍ ଗାଡିରୁ ଖସିପଡିଲା ଟମାଟୋ ଝୁଡି, ତୁରନ୍ତ ରୁଟ୍ ବନ୍ଦ କରି ପରିବା ଗୋଟାଇଲେ ଟ୍ରାଫିକ ପୋଲିସ୍

ଭୁବନେଶ୍ବର: ଅନେକ ସମୟରେ ଜନତା ଏବଂ ପୋଲିସଙ୍କ ଭିତରେ ମୁହାଁମୁହିଁ ପରିସ୍ଥିତି ଉପୁଯିଥାଏ । କେତେବେଳେ ଜନତା ନିଜର ଉଗ୍ରରୂପ ଦେଖାନ୍ତି ତ କେତେବେଳେ ପୋଲିସ୍ ତାର ଖାକି ପୋଷାକର ଦମ୍ ଦେଖାଏ। ହେଲେ କଥାରେ ଅଛି ପାଞ୍ଚ ଆଙ୍ଗୁଠି ସମାନ ନୁହେଁ । ଅର୍ଥାତ୍ ସବୁ ଲୋକ ସମାନ ନୁହଁନ୍ତି । ଯାହାକୁ ନେଇ ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ଟ୍ରାଫିକ ପୋଲିସଙ୍କ ମହାନତା ଦେଖିବାକୁ ମିଳୁଛି।

ଘଟଣାଟି ଘଟିଛି ରାଜଧାନୀରେ। ଯେଉଁଠି ପରିବା ପାଇଁ ଅଟକିଲା ଟ୍ରାଫିକ। ଘଟଣାଟି ଘଟିଥିଲା ଭୁବନେଶ୍ୱର ଏୟାରପୋର୍ଟ ଛକରେ। ଜଣେ ପରିବା ବେପାରୀ ପରିବା ନେଇ ଅଟୋରେ ଯାଉଥିବା ସମୟରେ ଟ୍ରାଫିକ ପୋଷ୍ଟ ନିକଟରେ ଗାଡିରୁ ଟମାଟୋ ଝୁଡିଟି ଗଳି ପଡିଥିଲା। ଯାହାଫଳରେ ରାସ୍ତା ସାରା ବିଛାଡି ହୋଇ ପଡିଯାଇଥିଲା ସବୁ ଟମାଟୋ। ଯାହା ଫଳରେ ବ୍ୟବସାୟୀ ଜଣକ ଭୟରେ ଅସ୍ତବ୍ୟସ୍ତ ହୋଇପଡିଥିଲେ।

ତେବେ ସେଠାରେ କାର୍ଯ୍ଯରତ ଟ୍ରାଫିକ କର୍ମଚାରୀ ତୁରନ୍ତ ଉପସ୍ଥିତ ବୁଦ୍ଧି ଖଟାଇ, ଟ୍ରାଫିକ ସିଗନାଲ୍‌ ବନ୍ଦ କରି ଟ୍ରାଫିକ ଅଟକାଇଦେଇଥିଲେ। ଆଉ ନିଜେ ବ୍ୟବସାୟୀଙ୍କ ସହ ମିଶି ପରିବା ଗୋଟାଇ ଅଟୋରେ ଭର୍ତ୍ତି କରିଥିଲେ। ଲୋକମାନେ ବି କିଛି ସମୟ ଧର୍ଯ୍ଯର ସହ ଅଟକିଥିଲେ। ଆଉ ପରିବା ଗୋଟାଇବାରେ ସହାଯ୍ୟ କରିଥିଲେ । ତେବେ ଏହି ଦୃଶ୍ୟ ଦେଖି ସଭିଏଁ ଟ୍ରାଫିକ କର୍ମଚାରୀଙ୍କୁ ବେଶ୍ ପ୍ରଶଂସା କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.