୨୨୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ : କଡା ନିର୍ଦ୍ଦେଶ ଦେଲା ଉଚ୍ଚଶିକ୍ଷା ବିଭାଗ

ରାଜ୍ୟର ୨୨୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ କଲା ଉଚ୍ଚଶିକ୍ଷା ବିଭାଗ। ଏହାସହ ମୁଖ୍ୟ କିରାଣି ଓ କିରାଣିଙ୍କର ମଧ୍ୟ ଦରମା ବନ୍ଦ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ଏଭଳି କର୍ଯ୍ୟାନୁଷ୍ଠାନ ନେଇଛି ଉଚ୍ଚଶିକ୍ଷା ବିଭାଗ ।

(କେନ୍ୟୁଜ): ୨୨୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ । ରାଜ୍ୟର ୨୨୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ କଲା ଉଚ୍ଚଶିକ୍ଷା ବିଭାଗ। ଏହାସହ ମୁଖ୍ୟ କିରାଣୀ ଓ କିରାଣୀଙ୍କର ମଧ୍ୟ ଦରମା ବନ୍ଦ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ଏଭଳି କର୍ଯ୍ୟାନୁଷ୍ଠାନ ନେଇଛି ଉଚ୍ଚଶିକ୍ଷା ବିଭାଗ ।

ମେ’ମାସରେ ଦରମା ନ ଉଠାଇବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସହକାରୀ ନିର୍ଦ୍ଦେଶକଙ୍କ ଚିଠିର ଉତ୍ତର ଦେଉନଥିବାରୁ କାର୍ଯ୍ୟାନୁଷ୍ଠାନ ହୋଇଛି। ବାରମ୍ବାର ରିମାଇଣ୍ଡର ପରେ ମଧ୍ୟ ସଂପୃକ୍ତ କଲେଜ ଅଧ୍ୟକ୍ଷମାନେ ଉଚ୍ଚଶିକ୍ଷା ବିଭାଗର ସହକାରୀ ନିର୍ଦ୍ଦେଶକଙ୍କ ଚିଠିର ଉତ୍ତର ଦେଇନାହାନ୍ତି । ଯାହାକି କର୍ତ୍ତବ୍ୟ ପାଳନରେ ବଡ଼ ଅବହେଳା । ଏଥିପାଇଁ ମେ ମାସର ଦରମା ନ ଉଠାଇବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.