ବ୍ୟବସାୟୀଙ୍କ ଘର ଉପରକୁ ବୋମାମାଡ, ପେଟ୍ରୋଲ ଢାଲି ଗାଡି ଜାଳିଦେଲେ ଦୁର୍ବୃତ୍ତ

ବୋମାମାଡ ସହ ଜାଳିଦେଲେ ଗାଡ଼ି । ବ୍ୟବସାୟୀଙ୍କ ଘର ଓ ଗ୍ୟାରେଜକୁ ବୋମାମାଡ । କାମାକ୍ଷାନଗର ଥାନା ସାରଙ୍ଗଧର ଷ୍ଟାଡିୟମ ପଛ ପାଖରେ ଥିବା ବ୍ୟବସାୟୀ ସରୋଜ ଭୂଷଣ ମହାନ୍ତିଙ୍କ ଘର ଓ ଗ୍ୟାରେଜ ଉପରକୁ ବିଳମ୍ବିତ ରାତିରେ ବୋମାମାଡ ହୋଇଛି ।

କାମାକ୍ଷାନଗର (କେନ୍ୟୁଜ): ବୋମାମାଡ ସହ ଜାଳିଦେଲେ ଗାଡ଼ି । ବ୍ୟବସାୟୀଙ୍କ ଘର ଓ ଗ୍ୟାରେଜକୁ ବୋମାମାଡ । କାମାକ୍ଷାନଗର ଥାନା ସାରଙ୍ଗଧର ଷ୍ଟାଡିୟମ ପଛ ପାଖରେ ଥିବା ବ୍ୟବସାୟୀ ସରୋଜ ଭୂଷଣ ମହାନ୍ତିଙ୍କ ଘର ଓ ଗ୍ୟାରେଜ ଉପରକୁ ବିଳମ୍ବିତ ରାତିରେ ବୋମାମାଡ ହୋଇଛି । କେଉଁ କାରଣରୁ ଦୁର୍ବୃତ୍ତ ବୋମାମାଡ କରିଛନ୍ତି, କାରଣ ଅସ୍ପଷ୍ଟ ରହିଛି । ବୋମାମାଡରେ କାହାର କୌଣସି କ୍ଷତି ହୋଇନଥିବା ନାହିଁ ।

ତେବେ ମିଳିଥିବା ସୂଚନା ମୁତାବକ, ବିଳମ୍ବିତ ରାତିରେ ଏହି ବୋମାମାଡ଼ ହେଇଛି । ପେଟ୍ରୋଲ ଢାଳି ପିକଅପ ଗାଡି ଜାଳିଦେବା ସହିତ ପାଖରେ ଥିବା ଏକ ଫରଚୁନର ଗାଡିକୁ ଭାଙ୍ଗିଦେଇଥିଲେ ଦୁର୍ବୁତ୍ତ। ଅନ୍ୟପଟେ ବ୍ୟବସାୟୀ ସରୋଜ ଭୂଷଣ ମହାନ୍ତିଙ୍କ କାହା ସହିତ ଶତ୍ରୁତା ନଥିବା ମଧ୍ୟ କହିଛନ୍ତି । ତେବେ ବିଳମ୍ବିତ ରାତିରେ ଘଟଣା ଘଟିଥିବା ବେଳେ ଘରର ସମସ୍ତ ସଦସ୍ୟ ଶୋଇଥିଲେ ଆଉ ବୋମା ପଡିବାର ଶବ୍ଦ ଶୁଣି ସମସ୍ତେ ଆସି ବାହାରକୁ ଦେଖିବାରୁ ଜାଣିବାକୁ ପାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.