Below header

ସୁନା ସ୍ମଗଲିଂର ବଡ଼ ରାକେଟର ପର୍ଦ୍ଦାଫାଶ: ଚଢ଼ାଉ ବେଳେ ୬୧ କେଜି ସୁନା ଜବତ, ୧୨ ଗିରଫ

ସାରା ଦେଶରେ ଡାଇରେକ୍ଟୋରେଟ୍ ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସ-DRI ପକ୍ଷରୁ ବଡ଼ ଅପରେସନ୍ । ‘ରାଇଜିଂ ସନ୍‌’ ଅପରେସନ ଦ୍ୱାରା ରାଜସ୍ୱ ଖୁଫିଆ ନିର୍ଦ୍ଦେଶାଳୟକୁ ମିଳିଛି ବଡ଼ ସଫଳତା । ରାଜ୍ୟରେ ହୋଇଥିବା ଚଢ଼ାଉ ସମୟରେ ୬୧ କେଜି ସୁନା, ୧୩ ଲକ୍ଷ କ୍ୟାଶ୍‌ ସହ ଜବତ ହୋଇଛି ।

ନୂଆଦିଲ୍ଲୀ : ସାରା ଦେଶରେ ଡାଇରେକ୍ଟୋରେଟ୍ ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସ-DRI ପକ୍ଷରୁ ବଡ଼ ଅପରେସନ୍ । ‘ରାଇଜିଂ ସନ୍‌’ ଅପରେସନ ଦ୍ୱାରା ରାଜସ୍ୱ ଖୁଫିଆ ନିର୍ଦ୍ଦେଶାଳୟକୁ ମିଳିଛି ବଡ଼ ସଫଳତା । ଏହି ଅପରେସନ ସମୟରେ ରାଜସ୍ୱ ଖୁଫିଆ ନିର୍ଦ୍ଦେଶାଳୟ ଟିମ୍‌ ଗୌହାଟୀ, ବାରପେଟା, ମୁଜାଫରପୁର, ଆରାରିଆ ଏବଂ ଗୋରଖପୁର ଆଦି ଅଞ୍ଚଳରେ ଚଢ଼ାଉ କରିଥିଲେ।

ଦେଶରର ବିଭିନ୍ନ ରାଜ୍ୟରେ ଚଢ଼ାଉ ହୋଇଥିବା ବେଳେ ୪ଟି ରାଜ୍ୟରୁ ୬୧ କେଜିର ବିଦେଶୀ ସୁନା ଜବତ । ଯାହାର ଆନୁମାନିକ ମୂଲ୍ୟ ୪୦ କୋଟି ଟଙ୍କା ହେବ । ଏଥିସହ ୧୩ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି । ଘଟଣାରେ ୧୨ ଜଣଙ୍କୁ ବାନ୍ଧିଛି ଡିଆରଆଇ । ୧୯ଟି ଗାଡ଼ିକୁ ଜବତ କରାଯାଇଛି । ଗୌହାଟୀରୁ ୨୨ କେଜିରୁ ଊର୍ଦ୍ଧ୍ବ ସୁନା ଓ ୧୩ ଲକ୍ଷ ଟଙ୍କା ଜବତ ହୋଇଛି । ସେହିଭଳି ଦରଭଙ୍ଗା ନିକଟରୁ ୧୩ କେଜି ସୁନା ଓ ଗୋରଖପୁରରୁ ୧୧ କେଜି ସୁନା ଜବତ ହୋଇଛି ।

ପଚରାଉଚରାରୁ ଜଣାପଡ଼ିଛି, ଅଭିଯୁକ୍ତମାନେ ଭାରତ- ମିଆଁମାର ବର୍ଡର ଦେଇ ସୁନା ସ୍ମଗଲିଂ କରୁଥିଲେ। ଏହାପରେ ସେମାନେ ତାହାକୁ ଆସାମର ଗୌହାଟିକୁ ନେଉଥିଲେ। ସେଠାରୁ ସେମାନେ ଉକ୍ତ ସୁନାକୁ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନକୁ ପଠାଉଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.